ଜମି ମାଫିଆଙ୍କ ମୁଣ୍ଡରେ ସିବିଆଇ ଖଣ୍ଡା

ଭୁବନେଶ୍ୱର: ଜମି ମାଫିଆ ଙ୍କ ମୁଣ୍ଡ ରେ ସିବିଆଇ ଖଣ୍ଡା । ହାଇକୋର୍ଟ ଙ୍କ ନିର୍ଦେଶ ପରେ ୯ ଜଣଙ୍କ ନାମ ରେ ମାମଲା ରୁଜୁ କଲା ସିବିଆଇ । ଏ ନେଇ ଗତ ୩୧ ତାରିଖରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ । ପୂର୍ଣଚନ୍ଦ୍ର ସାହୁ ଲୋଭାବତୀ ସାହୁ, ରୁପା ସାହୁ, ମଥୁରା ଜେନା, କାଶୀନାଥ ଜେନା, ପର୍ଶୁ ଜେନା, ବିଶ୍ୱନାଥ ଜେନା, ରମେଶ ଚନ୍ଦ୍ର ସ୍ୱାଇଁଙ୍କ ନାମ ରେ ମାମଲା ରୁଜୁ କରାଯାଇଛି ।

ଜମି ହାତେଇବାରେ ଏମାନଙ୍କୁ ସାହାଯ୍ୟ କରିଥିବା କିଛି ସରକାରୀ ଅଫିସର ଙ୍କ ନାମ ରେ ମଧ୍ୟ ମାମଲା ରୁଜୁ କରାଯାଇଛି । ବମିଖାଲ ରେ ଥିବା ୬ ଟି ପ୍ଲଟ ଓ଼ ଭୋଇନଗର ରେ ଥିବା ୨୧ ଟି ପ୍ଲଟ ରେ ପଟ୍ଟା ଜାଲିଆତି କରି ସେଠାରେ ଘର କରିଛନ୍ତି ଅଭିଯୁକ୍ତ । ମାମଲା ହାଇକୋଟ କୁ ଯିବା ରେ ସିବିଆଇ କୁ ପ୍ରାଥମିକ ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ କୋର୍ଟ । ଏହା ସହ ଜମି ଜାଲିଆତି ହୋଇଥିବା ତଦନ୍ତ ରୁ ଜାଣିବା ପରେ ହାଇକୋର୍ଟ ଙ୍କୁ ଅବଗତ କରିଥିଲା ସିବିଆଇ । ଏବେ ମାମଲା ରୁଜୁ କରି କାର୍ୟ୍ୟାନୁଷ୍ଠାନ ନେବାକୁ ସିବିଆଇ କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ ।