ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ କରିଛି ସିବିଆଇ । ଇଡି ପରେ ସିବିଆଇ କେଜ୍ରିୱାଲଙ୍କୁ ଗିରଫ କରିଛି । ସୁପ୍ରିମକୋର୍ଟରେ ଜାମିନ ଆବେଦନ ଶୁଣାଣି ମଧ୍ୟରେ ଗିରଫ କରିଛି ସିବିଆଇ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ତିହାର ଜେଲରେ କେଜ୍ରିୱାଲଙ୍କୁ ପଚରାଉଚରା କରିଥିଲା । ଏହାପରେ ସିବିଆଇ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ତାଙ୍କର ବୟାନ ରେକର୍ଡ କରାଯାଇଛି । କୋର୍ଟରେ ହାତର କରାଯିବା ପରେ ସିବିଆଇ କେଜ୍ରିୱାଲଙ୍କର କଷ୍ଟଡି ପାଇଁ ଆବେଦନ କରିଥିଲା । ଯାହାକୁ ଅଦାଲତ ମଞ୍ଜୁର ଦେଇଛନ୍ତି ।
ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ହେରଫେର ଅଭିଯୋଗରେ ପୂର୍ବରୁଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ନିକଟରେ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେଇଥିଲେ । କିନ୍ତୁ ହାଇକୋର୍ଟରେ ଜାମିନ ଆବେଦନ ସ୍ଥଗିତ ରହିଥିବା ବେଳେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।