TVK ମୁଖ୍ୟ ବିଜୟଙ୍କୁ CBI ପକ୍ଷରୁ ୭ ଘଣ୍ଟାର ମାରାଥନ ଜେରା

ହାଇଦ୍ରାବାଦ: TVK ମୁଖ୍ୟ ବିଜୟଙ୍କୁ CBI ପକ୍ଷରୁ ୭ ଘଣ୍ଟାର ମାରାଥନ ଜେରା । କରୁର ଦଳାଚକଟା ଘଟଣାରେ ଦିଲ୍ଲୀରେ ୭ ଘଣ୍ଟାର ଜେରା । କରୁର ଦଳାଚକଟା ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ଘଟିଥିଲା । ୨୦୨୫ ସେପ୍ଟେମ୍ବର ୨୭ରେ ବିଜୟଙ୍କ କାର୍ଯ୍ୟକ୍ରମରେ ଦଳାଚକଟା ହୋଇଥିଲା ।

ଟିଭିକେର ରାଜନୈତିକ ରାଲ୍ଲି ବେଳେ ବିଜୟଙ୍କୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ଭିଡ଼ ଜମାଇଥିଲେ। ବିଜୟ ଆସିବାରେ ବିଳମ୍ବ ହେବାରୁ ଦଳଚକଟା ଆରମ୍ଭ ହୋଇଯାଇଥିଲା। ଏହି ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏକାଧିକ ଆହତ ହୋଇଥିଲେ। ମାମଲାରେ ସିବିଆଇ ତଦନ୍ତ କରୁଛି। ଏହା ପୂର୍ବରୁ ମଧ୍ୟ ଟିଭିକେ ଦଳର କର୍ମୀମାନଙ୍କୁ ସିବିଆଇ ପଚରାଉଚରା କରି ସାରିଛି। ଆରମ୍ଭରୁ ତାମିଲନାଡୁ ସରକାର ଘଟଣାରେ ସିବିଆଇ ତଦନ୍ତକୁ ବିରୋଧ କରିଥିଲେ ଏବଂ ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରିଥିଲେ। ଆଇନ ଏବଂ ଶୃଙ୍ଖଳା ରାଜ୍ୟ ବିଷୟ ହୋଇଥିବାରୁ ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଯଥେଷ୍ଟ ଏବଂ ଭଲ ବୋଲି ରାଜ୍ୟ ସରକାର ବୋଲି କୋର୍ଟ ସମ୍ମୁଖରେ ଯୁକ୍ତ ଦର୍ଶାଇଥିଲେ। ତଥାପି କରୁର ଦଳାଚକଟା “ଜାତୀୟ ବିବେକକୁ ଦୋହଲାଇ ଦେଇଛି” ବୋଲି କହି ସୁପ୍ରିମକୋର୍ଟ ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିଥିଲେ ଏବଂ ଏକ ସ୍ୱାଧୀନ ଏବଂ ନିରପେକ୍ଷ ତଦନ୍ତକୁ ଆବଶ୍ୟକ ବୋଲି କହିଥିଲେ। ଏସଆଇଟି ତଦନ୍ତ ଜାରି ରଖିବାକୁ ରାଜ୍ୟର ଆବେଦନକୁ ଗ୍ରହଣ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଥିଲେ ଏବଂ କେନ୍ଦ୍ରୀୟ ଏଜେନ୍ସିକୁ ତଦନ୍ତ ଦାୟିତ୍ୱ ନେବାକୁ ଅନୁମତି ଦେଇଥିଲେ।