ଗୋରଖପୁର: ଲାଞ୍ଚନେଉଥିବା ଅଭିଯୋଗରେ ଗିରଫ କରିଲା ସିବିଆଇ । ଉତ୍ତରପ୍ରଦେଶର ଗୋରଖପୁରରେ ରୋଳବାଇର ମୁଖ୍ୟ ପରିଚଳକ ତଥା ଆଇଆରଏସଏସ ଅଧିକାରୀ କେ.ସି ଯୋଶୀଙ୍କୁ ଗିରଫ କରିଛି ସିବିଆଇ । ୩ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି । ପରେ ଅଧିକାରୀଙ୍କ ଘରେ ଚଢାଉ କରାଯାଇ ୨.୬୧ କେଟି ଟଙ୍କା ଜବତ କରାଯାଇଛି ।
ସୂଚନା ଅନୁଯାୟୀ, ଗୋରଖପୁର ସ୍ଥିତ ମେସର୍ସ ସୁକି ଆସୋସୀଏଟ୍ସର ମାଲିକ ପ୍ରଣବ ତ୍ରିପାଠୀଙ୍କ ଆଭିଯୋଗ ଅଧାରରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ଅଭିଯୁକ୍ତ କେ .ସି ଯୋଶୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଥିଲା । ତାଙ୍କ ବିରୋଧରେ ଅଭିଯୋଗ ପାଇବା ପରେ ସିବିଆଇ ମଙ୍ଗଳବାର ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଅଭିଯୁକ୍ତ ଯୋଶୀଙ୍କୁ ଧରିଥିଲା। ଏହା ପରେ ସିବିଆଇ ଗୋରଖପୁର ଏବଂ ନୋଏଡାର ସେକ୍ଟର -୫୦ ରେ ଅଭିଯୁକ୍ତଙ୍କ ସରକାରୀ ବାସଭବନରେ ଚଢ଼ାଉ କରି ପ୍ରାୟ ୨.୬୧ କୋଟି ଟଙ୍କା ଜବତ କରିଛି।
ଖବର ଅନୁଯାୟୀ, ସରକାରୀ ଇ ମାର୍କେଟପ୍ଲେସ (ଜିଇଏମ) ପୋର୍ଟାଲରୁ ପ୍ରଣବ ତ୍ରିପାଠୀଙ୍କ ପଞ୍ଜୀକରଣ ବାତିଲ ନକରିବାକୁ ଅଭିଯୁକ୍ତ ଅଧିକାରୀ ୭ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଜ୍ଝ ପ୍ରଣବ ତ୍ରିପାଠୀ ଜାନୁଆରୀରେ ଜିଇଏମ ପୋର୍ଟାଲ ମାଧ୍ୟମରେ ତିନୋଟି ଟ୍ରକ ପାଇଁ ଟେଣ୍ଡର ପାଇଥିଲେ। ତେବେ ଯଦି ପ୍ରଣବ ୭ ଲକ୍ଷ ଟଙ୍କା ନ ଦିଅନ୍ତି ତେବେ ତାଙ୍କ ଫାର୍ମର ପଞ୍ଜୀକରଣ ବାତିଲ କରିବାକୁ ଯୋଶୀ ଧମକ ଦେଇଥିଲେ ଜ୍ଝ