ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ଗୋମାଫିଆଙ୍କ ଭୂସ୍ଵର୍ଗ ପାଲଟିଛି । ବେଆଇନ ପଶୁଚାଲାଣ ଯୋଗୁଁ ପଶୁଧନ ଦିନକୁ ଦିନ ଲୋପ ପାଇବାକୁ ଯାଉଛି । ସରକାରଙ୍କ ସବୁ ପ୍ରକାର ନିୟମକୁ ଗୋ ମାଫିଆମାନେ ଫୁ କରି ଦେଇଛନ୍ତି ।ଅମାନୁଷିକ ଯନ୍ତ୍ରଣା ଦାୟକ ଭାବେ ଗୋରୁ ଗୁଡ଼ିକୁ କଣ୍ଟେନର,ପିକଅପ୍ ଭେନ,ବୋଲେରୋ ସାହାଯ୍ୟରେ ବାହାର ରାଜ୍ୟକୁ ଓ ଦେଶକୁ ଚାଲାଣ କରାଯାଉଛି । ଗୋମାତା ପ୍ରତି ଅକଥନୀୟ ଅତ୍ଯାଚାରକୁ ପ୍ରଶାସନ ଆଖି ବୁଜି ଦେଇଛି । ଟୋଲଗେଟ , ଜାତୀୟ ରାଜପଥ ଓ ଗ୍ରାମୀଣ ରାସ୍ତା ଦେଇ ବେଆଇନ ଭାବେ ଗୋଚାଲାଣ ହେଉଛି । ଏଭଳି ଲୋମହର୍ଷଣକାରୀ ଛାତିଥରା ଏବଂ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଦୁଆରଶୁଣି ଘାଟିରେ । ବହୁ ସଂଖ୍ଯାରେ ଗୋରୁ ବୋଝେଇ କଣ୍ଟେନର ଆଜି ସକାଳ ସମୟରେ ଦୁଆରଶୁଣୀ ଘାଟୀରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗୋ ବୋଝେଇ( ୭୦/୮୦ରୁ ଉର୍ଦ୍ଧ୍ବ ଗୋ ସଂପଦ)ଦଶ ଚକିଆ କଣ୍ଟେନରରେ ବିଶୋଇ ପଟୁ ଯାଉଥିବା ସମୟରେ ଦୁର୍ଘଟଣା ହୋଇଥିଲା । ୪୦ରୁ ଉର୍ଦ୍ଧ୍ବ ଗୋରୁଗୁଡିକର ମୃତ୍ୟୁ ହୋଇ ଯାଇଥିବାବେଳେ ଅଳ୍ପ କିଛି ଆହତ ଗୋରୁ ବଞ୍ଚିଥିବା ନଜରକୁ ଆସିଛି।
ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ । ଟ୍ରକର ଡ୍ରାଇଭର,ହେଲଫର ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ପୋଲିସ ତଦନ୍ତ ଜାରି ରହିଛି ।ଦୁଇ ଦିନ ତଳେ ବେଆଇନ ଗୋଚାଲାଣ,ବେଆଇନ ଗୋମାଂସ ଚୋରା ଚାଲାଣ ନେଇ ୨୨୦ ନମ୍ବର ଜାତୀୟ ରାଜପଥ ଉତ୍ୟକ୍ତ ଲୋକେ ଵହଳଦାରେ ରାସ୍ତା ଅବରୋଧ କରିଥିଲେ । ସବୁ ସତ୍ବେ ପୁଣି କିଭଳି ଗୋଚାଲାଣ ହେଉଛି , ଏମାନଙ୍କ ପଛରେ କିଏ ଅଛି ଯାହାଫଳରେ ଏମାନେ ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି। ବେଧଡକ ଭାବରେ ଗୋଚାଲାଣ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ସୋଇଛି । ତେଣୁ ଗୋଚାଲାଣ ଉପରେ ପୋଲିସ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।