ଦୁର୍ଘଟଣାରେ ଗୋରୁ ମୃତ ଏବଂ ବାଇକ ଆରୋହୀ ଆହତ…

0

ଦେବଗଡ଼; ଆଜି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ରାଉରକେଲାରୁ ବାହାଡ଼ା ପଶି ରାଜ୍ୟ ରାଜପଥ  ଦେଇଯାଇଥିବା ଜଗନ୍ନାଥପୁର ଛକ ଠାରେ ଏକ ବାଇକ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ,ଆଜି ଦିନ ପ୍ରାୟ ୫ ଟା ସମ ୟରେ  ଲିଙ୍ଗା ମୁଣ୍ଡା ଏକ ବାଇକ, ଓ ଡି ୧୪k ୪୦୦୭ ଯୋଗେ ରାଉରକେଲା ପଟୁ ନିଜ ଗାଁ ବାରକୋଟ ବ୍ଲକ ,କଳିଆପାଲ ଗ୍ରାମ ପଞ୍ଚାୟତର,  ନୂଆ କେଶଲାଗାଁକୁ ଆସୁଥିବା ସମୟରେ ହଟ।ତ   ବାଇକ ଆଗକୁ ଏକ  ଗୋରୁ  ପଳାଇ ଆସିବାରୁ ସେଇ ସ୍ଥାନରେ ଦୁର୍ଘଟଣା ଘଟିଥିଲା ।ବାଇକର ଗତି ଏତେ ଦ୍ରୁତ ଥିଲା ଯେ ଘଟଣା ସ୍ଥଳରେ ଗୋରୁର ମୃତ୍ୟୁ ହୋଇଥିବା ବେଳେ ବାଇକ ଆରୋହୀ ଗୁରୁତର ହୋଇ ପଡ଼ି ରହିଥିଲା ,ସ୍ଥାନୀୟ ଲୋକଙ୍କ ସହାୟତାରେ  ତାଙ୍କୁ ବାରକୋଟ ପ୍ରାଥମିକ  ଡାକ୍ତରଖାନାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଭର୍ତ୍ତି କରିଛନ୍ତି। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।  ବାରକୋଟ ପୋଲିସ  ପରେ ଘଟଣା ସ୍ଥଳରେ ପହଞ୍ଚି  ଘଟଣାର ତଦନ୍ତ କରୁଛି।