(ମୁମ୍ବାଇ) : କରୋନା ମହାମାରୀର ଦ୍ବିତୀୟ ଲହର ପାଇଁ ଦେଶବାସୀ ଏବେ ଉପାୟହୀନ ହୋଇଗଲେଣି । ଅତ୍ୟଧିକ ଭାବରେ ମହାରାଷ୍ଟ୍ରରେ ସବୁଠୁ ଅଧିକ ପ୍ରଭାବଶାଳୀ ହୋଈ ଉଠୁଛି କରୋନା । ଉକ୍ତ ରାଜ୍ୟର ଉସ୍ମାନାବାଦ ଜିଲ୍ଲାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ।
ସୂଚନା ମୁତାବକ ଉସ୍ମାନାବାଦ ଜିଲ୍ଲାରେ ୨୩ ଜଣ ମୃତକଙ୍କ ଶବକୁ ଏକାଠି ସଂସ୍କାର କରାଯାଇଥିଲା । ଏହି ସମସ୍ତ ଲୋକ କରୋନା ମହାମାରୀର ଶିକାର ହୋଇଥିଲେ । ଏକାଧିକ ଜୁଇ ଦେଖି ସବୁ ଭାବବିହ୍ୱଳ ହୋଇ ପଡ଼ିଥିଲେ ।
ସ୍ଥିତି ଏତେ ଜଟିଳ ହୋଇପଡିଛି ଯେ, ଲୋକଙ୍କୁ ଚିତା ଜଳାଇବା ପାଇଁ ସ୍ଥାନ ମିଳୁନାହିଁ । ଏପରି ସ୍ଥଳରେ ସ୍ମଶାନ ଘାଟରେ ପହଞ୍ଚୁଥିବା କେତେକ ମୃତଦେହକୁ ତଳେ ଥୋଇ ଚିତା ଲଗାଇବାକୁ ପଡୁଛି ।