କୋଣାର୍କ:- ପୁରୀ ବେଳାମାର୍ଗରେ ନଦୀକୁ ଖସିଲା କାର। ମେରାଇନ ଥାନା ଅନ୍ତର୍ଗତ ଲୋଟସ ରିସର୍ଟ ନିକଟ ରାମଚଣ୍ଡୀ ମୁହାଣ କୁଶଭଦ୍ରା ନଦୀରେ କାର ବୁଡି ଯାଇଥିଲା। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ସଦର ବିଡିଓ ଏବଂ ତାଙ୍କ ପତ୍ନୀ। ପାରକିଙ୍ଗ ସ୍ଥଳରେ ଗାଡି ବୁଲାଇବା ଵେଳେ ଅସାବଧନତା ଯୋଗୁ ଗାଡିଟି ନଦୀ ଭିତରକୁ ଖସି ପଡିଥିଲା। କଟକ ସଦର ବିଡ଼ିଓ ପ୍ରତୀକ ସାହୁ ଓ ସ୍ତ୍ରୀ ପୁରୀ, କୋଣାର୍କ ବୁଲିଯିବାକୁ ଆସିଥିଲେ। କୋଣାର୍କରୁ ୧୦ କିଲୋମିଟର ଦୂରରେ ଥିବା ଏକ ଘରୋଇ ହୋଟେଲକୁ ଖାଇବାକୁ ଯାଉଥିଲେ। ସେଠାରେ ଗାଡିକୁ ପାର୍କିଂରେ ରଖିବା ପାଇଁ ବୁଲାଇବା ବେଳେ କୁଶଭଦ୍ରା ନଦୀରେ ଖସି ପଡ଼ିଥିଲା। ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ଵାରା କୋଣାର୍କ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ପୁରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ବିଡ଼ିଓ ଙ୍କ ସ୍ୱାସ୍ଥ୍ୟଅବସ୍ଥା ସ୍ଥିର ରହିଥିବା ବେଳେ ତାଙ୍କ ପତ୍ନୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।