ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : କ୍ୟାପ୍ଟେନ୍ ଏବଂ ସିଦ୍ଧୁଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିବା ପାଇଁ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ ପଞ୍ଜାବ ପ୍ରଭାରୀ ହରିଶ୍ ରାୱତ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ କେସି ବେଣୁ ଗୋପାଳଙ୍କ ସହିତ ବୈଠକ କରିଛନ୍ତି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ସମସ୍ତ ସଦସ୍ୟଙ୍କୁ ନେଇ ନିର୍ବାଚନ ଲଢ଼ିବାକୁ ଚାହୁଁଛି । ଏଥିସହିତ ଦଳ ସିଦ୍ଧୁଙ୍କ ସହିତ ଅନ୍ୟ ଦୁଇଜଣଙ୍କୁ କାର୍ୟ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିବା ପାଇଁ ବିଚାର କରୁଥିବା ଜଣାପଡ଼ିଛି । ନବଜୋତ ସିଂହ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ମିଳିବା ସହିତ ଅମରିନ୍ଦର ସିଂହଙ୍କୁ ମୁଖ୍ୟାମନ୍ତ୍ରୀ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।