କୋରାପୁଟ – କୋରାପୁଟ ଜିଲ୍ଲାରୁ ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ଝୋଲାପୁଟରୁ ବିହାରକୁ ଗଞ୍ଜେଇ ଚାଲଣ ବେଳେ ପିକଅପ ଭ୍ୟାନରୁ ଏବଂ ପାଡୁଆ ଅଞ୍ଚଳରୁ ଗଞ୍ଜେଇ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୭୦ଲକ୍ଷ ଟଙ୍କ ହେବ ବୋଲି ସୂଚନା ମିଳିଛି ।ଲମଥାପୁଟ ବିଭାଗ ପକ୍ଷରୁ ପଟ୍ରୋଲିଂ ସମୟରେ ଗଞ୍ଜେଇ ଜବତ କରିଛି ପୋଲିସ । ଏଥିରେ ୫୦୦ କେଜିର ଗଞ୍ଜେଇ ରହିଥିବା ସୂଚନା ମିଳିଛି । ତେବେ ଡ୍ରାଇଭର ଜଣକ ଫେରାର ହୋଇଯାଇଛି ।
ଅନ୍ୟପଟେ ପାଡୁଆ ଅଞ୍ଚଳରୁ ହାତିବାରି ରାସ୍ତା ଦେଇ ବିହାରକୁ ଚାଲାଣ ହେଉଥିବା ଏକ ଗଞ୍ଜେଇ ବୋଝେଇ ମିନି ଭ୍ୟାନକୁ ଜବତ କରିଛି ପୋଲିସ ।ମିନି ଭ୍ୟାନରେ ୨୫୦ କେଜିର ଗଞ୍ଜେଇ ରହିଥିଲା । ଚାଲାଣ ହେଉଥିବା ଏହି ଗାଡି ଦୁଇଟି ନମ୍ବର ପ୍ଲେଟ ବିହୀନ ଥିଲା । ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି ।
Edit by sanjulata sahoo 