ରାଜ୍ୟରେ ସାଂଘାତିକ ସ୍ଥିତିରେ କ୍ୟାନସର୍‌ ପ୍ରାଦୁର୍ଭାବ

ରାଜ୍ୟରେ ସାଂଘାତିକ ସ୍ଥିତିରେ କ୍ୟାନସର୍‌ ପ୍ରାଦୁର୍ଭାବ । ବିଶ୍ୱ କର୍କଟ ଦିବସରେ ସାମ୍ନାକୁ ଆସିଲା ଓଡ଼ିଶାର ଉଦବେଗଜନକ ଚିତ୍ର । ବର୍ଷକୁ ଚିହ୍ନଟ ହେଉଛନ୍ତି ହାରାହାରି ୫୫ ହଜାର ନୂଆ ରୋଗୀ। ଏବେ ଗାଁ ଗାଁ ବୁଲି ସଚେତନ କରିବେ ଏସଏଚଜି। ରାଜ୍ୟରେ ଡ଼ାଇଗନୋସିସ ପରେ  ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୩୫ ହଜାର କ୍ୟାନ୍ସର ରୋଗୀ ମୃତ୍ୟୁ ବରଣ କରୁଛନ୍ତି। ୨୦୨୫-୨୬ ବର୍ଷରେ ତେବେ ରାଜ୍ୟରେ ସର୍ବାଧିକ ମୁଖ ଗହ୍ୱର କର୍କଟ ଚିହ୍ନଟ ହୋଇଛନ୍ତି। କେବଳ ପଛୁଆ କି ଉପାନ୍ତ ଅଞ୍ଚଳ ନୁହେଁ, ରାଜ୍ୟର ଅନେକ ଶିକ୍ଷିତ ଓ ଆଗୁଆ ଜିଲ୍ଲା ବି ଏବେ କ୍ୟାନସର କବଳରେ । ଅଧାରୁ ଅଧିକ ଆକ୍ରାନ୍ତଙ୍କ ଠାରେ ଶେଷ ପର୍ଯ୍ୟାୟ କର୍କଟ ଚିହ୍ନଟ ହେଉଥିବାରୁ, ସଚେତନତା କାର୍ଯ୍ୟକ୍ରମର ପ୍ରଭାବ ଓ କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ । 2025 -26 ରେ ଜାନୁୟାରୀ ସୁଦ୍ଧା 23131 କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଛନ୍ତି। ସବୁଠୁ ଅଧିକ କଟକରେ 4779 ରୋଗୀ। କ୍ୟାନ୍ସର ରୋଗୀ ଚି଼ହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରେ 1878, ଯାଜପୁର ରେ 1153, ଜଗତସିଂହପୁର ରେ 1822, ବାଲେଶ୍ୱର ରେ 1546 ଓ ଭଦ୍ରକ ରେ 1432 ରୋଗୀ ଚିହ୍ଟଟ ହୋଇଛନ୍ତି। ପୂର୍ବରୁ ବରଗଡ଼କୁ କୁହାଯାଉଥିଲା ରାଜ୍ୟର କ୍ୟାନସର୍‌ କ୍ୟାପିଟାଲ ।

ପଶ୍ଚିମ ଓଡ଼ିଶାରୁ ଚିହ୍ନଟ ହେଉଥିଲେ ପ୍ରାୟ ୮୫ ପ୍ରତିଶତ ଆକ୍ରାନ୍ତ । ହେଲେ ତଥ୍ୟ କହୁଛି, ଏବେ ଉପକୂଳକୁ ବି ଗ୍ରାସି ସାରିଲାଣି କର୍କଟ ରାକ୍ଷସ । ୨୦୨୫-୨୬ ଆର୍ଥିକ ବର୍ଷରେ ଜାନୁଆରି ସୁଦ୍ଧା ରାଜ୍ୟରେ ୨୩ ହଜାର ୧୩୧ କ୍ୟାନସର୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା କଟକ ଜିଲ୍ଲାରେ ସର୍ବାଧିକ ୪ ହଜାର ୭୭୯, କେନ୍ଦ୍ରାପଡ଼ାରେ ୧ ହଜାର ୮୭୮, ଯାଜପୁରରେ ୧ ହଜାର ୮୫୩, ଜଗତସିଂହପୁରରେ ୧ ହଜାର ୮୨୨, ବାଲେଶ୍ୱରରେ ୧ ହଜାର ୫୪୬ ଓ ଭଦ୍ରକ ଜିଲ୍ଲାରେ ୧ ହଜାର ୪୩୨ ରହିଛି । ରାଜ୍ୟରେ ବର୍ଷକୁ ହାରାହାରି ୫୫ ହଜାର ନୂଆ ରୋଗୀ ଚିହ୍ନଟ ହେଉଥିବା ବେଳେ, କର୍କଟ ଚିହ୍ନଟର ପ୍ରଥମ ବର୍ଷରେ ୬୦ ପ୍ରତିଶତ ଅର୍ଥାତ୍ ୩୫ ହଜାର ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଡାକ୍ତରଙ୍କ ମତରେ ପ୍ରାଥମିକ ଅବସ୍ଥାରେ କ୍ୟାନ୍ସର ରୋଗର ଚିହ୍ନଟ କରି ଏହାର ଚିକିତ୍ସା କରାଗଲେ ଏଥିରୁ ରୋଗୀକୁ ଉପସମ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।