କଲିକତା ହାଇକୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଶକ୍ତ ଝଟ୍‌କା, ଆବେଦନ ଖାରଜ

କଲିକତା: କଲିକତା ହାଇକୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଶକ୍ତ ଝଟ୍‌କା । ଜରୁରୀ ଶୁଣାଣି ପାଇଁ ଇଡି କରିଥିବା ଆବେଦନ ଖାରଜ । କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କଲେ ମୁଖ୍ୟ ବିଚାରପତି । ପୂର୍ବରୁ ଧାର୍ଯ୍ୟ ୧୪ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ପ୍ରବଳ ଭିଡ଼ ଓ ହଙ୍ଗାମା ପାଇଁ ଆଜି ହାଇକୋର୍ଟ ଶୁଣାଣି ଘୁଞ୍ଚାଇଥିଲେ । ଆସନ୍ତା ୧୪ ତାରିଖକୁ ଶୁଣାଣି ଘୁଞ୍ଚାଇଥିଲେ ହାଇକୋର୍ଟ । ଏହାକୁ ବିରୋଧ କରି ଅନ୍ୟ ଏକ ବେଞ୍ଚ୍‌ରେ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲା ED । ଗତକାଲି ରେଡ୍ ବେଳେ ଇଡି ସହ ମୁହାଁମୁହିଁ ହୋଇଥିଲେ ମମତା ବାନାର୍ଜୀ ।

ତେବେ ଇଡି ରେଡ୍ ନେଇ ଶୁଣାଣି ବେଳେ କଲିକତା ହାଇକୋର୍ଟରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା । ପ୍ରବଳ ଭିଡ଼ ଓ ହଙ୍ଗାମା ପାଇଁ ଶୁଣାଣି ଘୁଞ୍ଚାଇଥିଲେ କଲିକତା ହାଇକୋର୍ଟ । ଆସନ୍ତା ୧୪ ତାରିଖକୁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ । ଅନ୍ୟ ଏକ ବେଞ୍ଚ୍‌ରେ ଜରୁରୀ ଶୁଣାଣି ପାଇଁ EDର ଆବେଦନ । ଇଡି ରେଡ୍ ବିରୋଧରେ ମମତା ବାନାର୍ଜୀଙ୍କ ବିଶାଳ ଶୋଭାଯାତ୍ରା । କେନ୍ଦ୍ର ବିରୋଧରେ ସମର୍ଥକଙ୍କ ସହ ମମତାଙ୍କ ନାରାବାଜି । କେନ୍ଦ୍ରୀୟ ଏଜେନ୍ସୀର ଅପବ୍ୟବହାର କରୁଥିବା ଅଭିଯୋଗ ।