ନୂଆଦିଲ୍ଲୀ: ବଢିବ ଭାରତୀୟ ବାୟୁ ସେନାର ବଳ । ସେପ୍ଟମ୍ବର ୨୫ ତାରିଖରେ ଆସିବ ସି୨୯୫ ବିମାନ । ଉତ୍ତର ପ୍ରଦେଶର ହିନ୍ଦନ ଏୟାରବସରେ ଅବତରଣ କରିବ ଗତବର୍ଷ ସେପ୍ଟେମ୍ବର ମାସରେ ଭାରତୀୟ ବାୟୁ ସେନାରୁ ପୁରୁଣା ଏବରୋ-୭୪୮ ବିମାନକୁ ବଦଳାଇ ୫୬-ସି-୨୯୫ କିଣିବା ପାଇଁ ଏୟାରବେସ ଡିଫେନ୍ସ ଏବଂ ସ୍ପେସ ସହ ୨୧,୦୦୦ କୋଟି ଟଙ୍କାର ଚୁକ୍ତି କରିଛି ।