ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬-୨୭ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଉପସ୍ଥାପନା କରିଛନ୍ତି ନିର୍ମଳା ସୀତାରମଣ । ଏହାରି ଭିତରେ ସାଧାରଣ ଲୋକଙ୍କ ପାଇଁ ସବୁଠାରୁ ବଡ ଆଶ୍ୱସ୍ତିକର ଖବର ଆସିଛି । ଏଥର ବଜେଟରେ କଣ ଶସ୍ତା ହେବ, କଣ ମହଙ୍ଗା ହେବ ସେ ନେଇ ଅପେକ୍ଷାରେ ଥିଲେ ଜନତା । ତେବେ ଜାଣନ୍ତୁ କଣ ଶସ୍ତା ହେଲା କଣ ମହଙ୍ଗା ହେଲା ।
କ’ଣ କ’ଣ ହେଲା ମହଙ୍ଗା?
- ମଦ
- ଖଣିଜ ପଦାର୍ଥ
- ସ୍କ୍ରାପ
- ଆମଦାନିଯୁକ୍ତ ଘଣ୍ଟା
- ଆମଦାନିଯୁକ୍ତ କାର
- ସିଗାରେଟ
- ପାନ ମସଲା
- ତମାଖୁ ସାମଗ୍ରୀ
କ’ଣ କ’ଣ ହେଲା ଶସ୍ତା?
- ଚମଡ଼ା (Leather)
- କପଡ଼ା
- ସିନ୍ଥେଟିକ୍ ଫୁଟୱେୟାର
- ବିଦେଶ ଯାତ୍ରା ସମ୍ପର୍କିତ ସାମଗ୍ରୀ
- କ୍ୟାନ୍ସରର ୧୭ଟି ଔଷଧ
- ମାଇକ୍ରୋୱେଭ୍ ଓଭେନ୍
- ଜୁତା
- ବିମାନ ନିର୍ମାଣ ସହ ଜଡ଼ିତ ସାମଗ୍ରୀ
- EV ବ୍ୟାଟେରି
- ସୁଗର ଔଷଧ
- ଚମଡ଼ା ଓ କପଡ଼ା ରପ୍ତାନୀ
- ବାୟୋଗ୍ୟାସ ମିଶ୍ରିତ CNG
- ସୋଲାର ଗ୍ଲାସ
- ମିକ୍ସ୍ଡ ଗ୍ୟାସ CNG
- ବିମାନ ଇନ୍ଧନ
‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟରେ ବଜେଟ
ବିଶେଷଜ୍ଞଙ୍କ ମତରେ, ଏହି ବଜେଟ ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯେଉଁ ସମୟରେ ଭାରତ ଉଚ୍ଚ ଆମେରିକୀୟ ଟ୍ୟାରିଫ୍ ଓ ବିଶ୍ୱବ୍ୟାପୀ ଅନିଶ୍ଚିତତାର ସମ୍ମୁଖୀନ, ସେହି ସମୟରେ ଏହି ବଜେଟ ଆର୍ଥିକ ସ୍ଥିରତା ଓ ଉନ୍ନତିର ଦିଗ ଦେଖାଇବ ବୋଲି ଆଶା କରାଯାଉଛି।