କେନ୍ଦ୍ରୀୟ ବଜେଟ ୨୦୨୬: ବିଡ଼ି ହେଲା ଶସ୍ତା, ମଦ ହେଲା ମହଙ୍ଗା, ଜାଣନ୍ତୁ କାହାର କମିଲା ଦର

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬-୨୭ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଉପସ୍ଥାପନା କରିଛନ୍ତି ନିର୍ମଳା ସୀତାରମଣ । ଏହାରି ଭିତରେ ସାଧାରଣ ଲୋକଙ୍କ ପାଇଁ ସବୁଠାରୁ ବଡ ଆଶ୍ୱସ୍ତିକର ଖବର ଆସିଛି । ଏଥର ବଜେଟରେ କଣ ଶସ୍ତା ହେବ, କଣ ମହଙ୍ଗା ହେବ ସେ ନେଇ ଅପେକ୍ଷାରେ ଥିଲେ ଜନତା । ତେବେ ଜାଣନ୍ତୁ କଣ ଶସ୍ତା ହେଲା କଣ ମହଙ୍ଗା ହେଲା ।

କ’ଣ କ’ଣ ହେଲା ମହଙ୍ଗା?

  • ମଦ
  • ଖଣିଜ ପଦାର୍ଥ
  • ସ୍କ୍ରାପ
  • ଆମଦାନିଯୁକ୍ତ ଘଣ୍ଟା
  • ଆମଦାନିଯୁକ୍ତ କାର
  • ସିଗାରେଟ
  • ପାନ ମସଲା
  • ତମାଖୁ ସାମଗ୍ରୀ

କ’ଣ କ’ଣ ହେଲା ଶସ୍ତା?

  • ଚମଡ଼ା (Leather)
  • କପଡ଼ା
  • ସିନ୍ଥେଟିକ୍ ଫୁଟୱେୟାର
  • ବିଦେଶ ଯାତ୍ରା ସମ୍ପର୍କିତ ସାମଗ୍ରୀ
  • କ୍ୟାନ୍ସରର ୧୭ଟି ଔଷଧ
  • ମାଇକ୍ରୋୱେଭ୍ ଓଭେନ୍
  • ଜୁତା
  • ବିମାନ ନିର୍ମାଣ ସହ ଜଡ଼ିତ ସାମଗ୍ରୀ
  • EV ବ୍ୟାଟେରି
  • ସୁଗର ଔଷଧ
  • ଚମଡ଼ା ଓ କପଡ଼ା ରପ୍ତାନୀ
  • ବାୟୋଗ୍ୟାସ ମିଶ୍ରିତ CNG
  • ସୋଲାର ଗ୍ଲାସ
  • ମିକ୍ସ୍ଡ ଗ୍ୟାସ CNG
  • ବିମାନ ଇନ୍ଧନ

‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟରେ ବଜେଟ

ବିଶେଷଜ୍ଞଙ୍କ ମତରେ, ଏହି ବଜେଟ ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯେଉଁ ସମୟରେ ଭାରତ ଉଚ୍ଚ ଆମେରିକୀୟ ଟ୍ୟାରିଫ୍ ଓ ବିଶ୍ୱବ୍ୟାପୀ ଅନିଶ୍ଚିତତାର ସମ୍ମୁଖୀନ, ସେହି ସମୟରେ ଏହି ବଜେଟ ଆର୍ଥିକ ସ୍ଥିରତା ଓ ଉନ୍ନତିର ଦିଗ ଦେଖାଇବ ବୋଲି ଆଶା କରାଯାଉଛି।