ବୌଦ୍ଧ ଜିଲ୍ଲା ବିଜେଡ଼ି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବୌଦ୍ଧ ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ବାର୍ଷିକୀ ଦିବସ ସ୍ଥାନୀୟ ଗାନ୍ଧୀ ଛକ ସ୍ଥିତ ବିଜେଡ଼ି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଜେଡି କାର୍ଯ୍ୟାଳୟ ଠାରେ ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ ବିଜେଡିର ବରିଷ୍ଠ ନେତା ତଥା ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ଅମାତ । ଏହି ଶ୍ରାଦ୍ଧ ବାର୍ଷିକୀରେ ଜିଲ୍ଲାର ବହୁ ବରିଷ୍ଠ ବିଜେଡି ନେତା ଯୋଗ ଦେଇ ବିଜୁ ବାବୁଙ୍କ ସାହସିକତା ଏବଂ ବଳିଦାନକୁ ମନେ ପକାଇବା ସହିତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କୁ ହେଉଥିବା ଅସମ୍ମାନକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ରାଜ୍ୟ ସରକାର ଉପରେ ଖୁବ୍ ବର୍ଷିଥିଲେ ବିଜେଡ଼ି ନେତା । ଆଗାମୀ ଦିନରେ ବିଜୁ ବାବୁଙ୍କ ପ୍ରତି ଯେପରି କୌଣସି ଅସମ୍ମାନ ନ ହୁଏ ଏବଂ ଯିଏ ବି ବିଜୁ ବାବୁ ଙ୍କୁ ଅସମ୍ମାନ କରୁଛି ତାଙ୍କ ବିରୁଦ୍ଧରେ ଯଦି ସରକାର କୋଠୋର୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଜିଲ୍ଲା ବିଜେଡ଼ି ପକ୍ଷରୁ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ଅମାତ କହିଛନ୍ତି।