ପ୍ରକାଶ ପାଇଲା ସ୍ପେଶାଲ୍‌ OTET-୨୦୨୫ ରେଜଲ୍ଟ, ମୋଟ୍ ପାସ୍ ହାର ୬୬.୫୦

Special OTET: ପ୍ରକାଶ ପାଇଲା ସ୍ପେଶାଲ୍‌ OTET-୨୦୨୫ ରେଜଲ୍ଟ । ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷା ରେଜଲ୍ଟ ପ୍ରକାଶ । ପେପର-୧ରେ ୧୨ହଜାର ୯୮୮ କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍‌ ହାର ରହିଛି ୪୭.୧୭% । ସେହିପରି ପେପର-୨ରେ ୩୫ ହଜାର ୧୬୫ କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍‌ ହାର ରହିଛି ୭୮.୩୫% । ମୋଟ୍‌ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ନେଇ BSE ପକ୍ଷରୁ ସୂଚନା ମିଳିଛି । www.bseodisha.ac.inରେ ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ ।

ପ୍ରକାଶ ପାଇଲା ସ୍ପେଶାଲ୍‌ OTET-୨୦୨୫ ରେଜଲ୍ଟ ପ୍ରକାଶ ପାଇଲା । ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ମୋଟ ୭୨ ହଜାର ୪୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ପାସ୍ ହାର ୬୬.୫୦% ରହିଛି।ପ୍ରାର୍ଥୀମାନେ ବୋର୍ଡ ୱେବସାଇଟରୁ ସେମାନଙ୍କ ପରୀକ୍ଷା ଫଳ ସମ୍ପର୍କିତ ସବିଶେଷ ତଥ୍ୟ ପାଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ।  ପାସ କରିଥିବା ଶିକ୍ଷକମାନେ ଆଜିଠାରୁ ଆସନ୍ତା ଜାନୁଆରୀ ୧୫ତାରିଖ ଯାଏ ବୋର୍ଡ ୱେବସାଇଟରୁ ଡାଉନଲୋଡ କରି ସେମାନଙ୍କ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।