କାର ଦୁର୍ଘଟଣାରେ ବିଆରଏସ ବିଧାୟିକା ଜି.ଲାସ୍ୟା ନନ୍ଦିତାଙ୍କ ମୃତ୍ୟୁ

ହାଇଦ୍ରାବାଦ: କାର ଦୁର୍ଘଟଣାରେ ବିଧାୟିକାଙ୍କ ଜୀବନ। ହାଇଦ୍ରାବାଦରେ ବିଆରଏସ ବିଧାୟିକା ଜି.ଲାସ୍ୟା ନନ୍ଦିତାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଆଜି ସକାଳେ ବିଧାୟିକାଙ୍କ କାର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା । ଫଳରେ ବିଧାୟିକା ଓ ତାଙ୍କ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ବିଧାୟିକାଙ୍କୁ ମୃତ ଘୋଷଣା କରିଥିଲେ । ଏବେବି ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କ ଚିକିତ୍ସା ଚାଲିଛି । ମାତ୍ର ୩୭ବର୍ଷ ବୟସରେ ବିଧାୟିକାଙ୍କ ଅକାଳ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ପରିବାର ସଦସ୍ୟ ।
୧୯୮୬ ମସିହାରେ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ ଜି.ଲାସ୍ୟା ନନ୍ଦିତା । ତେଲେଙ୍ଗାନା ରାଜନୀତିରେ ପ୍ରମୁଖ ବ୍ୟକ୍ତିତ୍ବ ଥିଲେ ଲାସ୍ୟା ନନ୍ଦିତା। ତେଲେଙ୍ଗାନାରୁ ପ୍ରଥମ ଥର ବିଧାୟିକା ହୋଇଥିଲେ ଲାସ୍ୟା ନନ୍ଦିତା। ୨୦୧୬ରେ କାଭାଡିଗୁଡ଼ାର କର୍ପୋରେଟର ଭାବେ ଲାସ୍ୟା କାମ କରୁଥିଲେ। ତାଙ୍କ ବିଧାୟକ ବାପା ଜି. ସାୟାନାଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ପାଦ ଦେଇ ବିଜୟୀ ହୋଇଥିଲେ।