ଇସ୍ରାଏଲ ଗସ୍ତରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକ

ନୁଆଦିଲ୍ଲୀ : ଇସ୍ରାଏଲ ଓ ହାମାସ ମଧ୍ୟରେ ଜାରି ରହିଛି ଘମା ଘୋଟ ଯୁଦ୍ଧ । ଏହି ଯୁଦ୍ଧରେ ୪,୯୦୦ଲୋକଙ୍କର ଜୀବନ ଯାଇଥିବା ବେଳେ ଅନେକ ଆହତ ମଧ୍ୟ ହେଲେଣି । ଏହାରି ଭିତରେ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକ ଇସ୍ରାଏଲ୍ରେ ପହଞ୍ଚିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ଗସ୍ତ ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ସୁନାକ ଆଜି ଇସ୍ରାଏଲରେ ପହଞ୍ଚିଛନ୍ତି। ଯୁଦ୍ଧ ମଧ୍ୟରେ ବ୍ରିଟେନ ଇସ୍ରାଏଲ ସହିତ ଛିଡା ହୋଇଛି ବୋଲି ସେ ବିଶ୍ୱକୁ ଏହି ବାର୍ତ୍ତା ଦେଇଛନ୍ତି। ଗତ କାଲି ଜୋ ବିଡେନ ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ପରେ ଆମେରିକା ଇସ୍ରାଏଲ ସହ ଛିଡା ହୋଇଛି ବୋଲି କହିଛନ୍ତି ଜୋ ବିଡେନ ।