(ଅକ୍ଷୟ ମହକୁଡ) ୨୦.୧୧.୨୫ ବୌଦ୍ଧ ରେ ଶଳା ଗୁଳି ମାଡ଼ରେ ଭିଣୋଇ ଗୁରୁତର । ମନମୁଣ୍ଡା ଥାନା ତିଳପଙ୍ଗା ଗ୍ରାମରେ ଅଭାବନୀୟ ଘଟଣା । ଗୁରୁତର ଭିଣୋଇ ଗୁଡ଼ପଡ଼ା ଗ୍ରାମର ବ୍ୟୋମକେଶ ଖଟୁଆ। ଗୁରୁତର ଭାବେ ସୋନପୁର ମେଡିକାଲ ରେ ଭର୍ତ୍ତି । ଶଳା ଭିଣୋଇ ର ସାମାନ୍ୟ ବଚସା ରୁ ଗୁଳିମାଡ ହୋଇଥିବା ସୂଚନା । ସୂଚନା ଅନୁଯାୟୀ ବାଉଁଶୁଣି ଥାନା ଗୁଡ଼ପଡ଼ା ଗ୍ରାମର ବ୍ୟୋମକେଶ ଖଟୁଆ ଆଜି ନିଜ ଶ୍ଵଶୁର ଘର ତିଳପଙ୍ଗା ଗ୍ରାମକୁ ଯାଉଥିବା ବେଳେ ସେଠାରେ ତାଙ୍କ ଶଳା ଙ୍କ ସହିତ କୌଣସି କାରଣରୁ ବଚସା ହୋଇଥିଲା । ବଚସା ଏତେ ଉଗ୍ରରୂପ ନେଲା ଯେ ଶଳା ଘରେ ଥିବା ଏକ ବନ୍ଧୁକ ଆଣି ଭିଣୋଇ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇ ଥିବା ବେଳେ ହାତ ରେ ଦୁଇ ରାଉଣ୍ଡ ଏବଂ ଛାତି ନିକଟରେ ୩ ରାଉଣ୍ଡ ଗୁଳି ବାଜିଥିଲା । ଭିଣୋଇ ଙ୍କୁ ଗୁଳି ମାରି ଶଳା ସେଠାରୁ ଫେରାର ମାରିଥିବା ବେଳେ ପରିବାର ଲୋକେ ବ୍ୟୋମକେଶ ଙ୍କୁ ଉଦ୍ଧାର କରି ପ୍ରଥମେ ବାଉଁଶୁଣି ମେଡିକାଲ ଓ ପରେ ସୋନପୁର ମେଡିକାଲ କୁ ନେଇ ଭର୍ତ୍ତି କରିଥିଲେ । ତେବେ ସୋନପୁର ମେଡ଼ିକାଲରେ ବ୍ୟୋମକେଶ ଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ନେଇ ଗୁଳିକାଣ୍ଡ ଘଟିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଗୁଳିକାଣ୍ଡ ନେଇ ରିପୋର୍ଟ ଆସିଲେ ଏହାର ତଦନ୍ତ କରାଯିବ ବୋଲି ମନମୁଣ୍ଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।