ବୌଦ୍ଧ: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଏପରିକି ପୋଲିସ ପକ୍ଷରୁ ବିଭିନ୍ନ ଉପାନ୍ତ ଅଞ୍ଚଳରେ ପୋଷ୍ଟର ମରାଯାଇଛି। ପୋଷ୍ଟରରେ ମାଓବାଦୀଙ୍କ ନାମ ସହ ଫଟୋ ଏବଂ ପୁରସ୍କାର ରାଶି ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷେ ଆତ୍ମସମର୍ପଣ କଲେ ମାଓବାଦୀମାନଙ୍କୁ କ’ଣ କ’ଣ ସୁବିଧା ମିଳିବ ସେନେଇ ମଧ୍ୟ ପୋଷ୍ଟରରେ ଦଶାଯାଇଛି। ପୋଲିସ ପକ୍ଷରୁ ଯୋଗାଯୋଗ କରିବା ପାଇଁ ଏକ ମୋବାଇଲ ନଂ. 9437673839 ଜାରି କରାଯାଇଛି। ମାଓବାଦୀଙ୍କ ସମ୍ପର୍କରେ ସୂଚନା ଦେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।