ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଉଭୟ ରାଜ୍ୟସଭା ଓ ଲୋକସଭାରେ ଚାଲିଥିବା ମୌସୁମି ଅଧିବେଶନ ଆଜି ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ମୁଲତବୀ ରଖାଯାଇଛି। ଗତ କିଛି ଦିନ ହେବ ପେଗାସସ୍ କୁ ନେଇ ମୋଦୀ ସରକାରଙ୍କୁ ବିରୋଧ କରିଆସୁଛନ୍ତି ବିରୋଧୀ । କଂଗ୍ରେସର ଲୋକ ସଭା ସଦସ୍ୟ ମଣିକମ୍ ଟାଗୋର ପେଗାସସ୍ ପ୍ରସଙ୍ଗରେ ସ୍ଥଗନ ପ୍ରସ୍ତାବ ନୋଟିସ୍ ଦେଇଛନ୍ତି। ତେବେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରଥମେ କରୋନା ମହାମାରୀ ଉପରେ ଆଲୋଚନା କରାଯିବା ପରେ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ। ମୁଦ୍ରାସ୍ଫୀତି, କୃଷକ ସମସ୍ୟା ଏବଂ ପେଗାସସ୍ ଉପରେ ଆଲୋଚନା ଶୀଘ୍ର କରାଯିବା ଲାଗି ବିରୋଧୀ ଦଳ ସଦସ୍ୟମାନେ ଅଡ଼ି ବସିଛନ୍ତି ।