ଦ୍ବିତୀୟ ଡୋଜ୍ର ୬ ମାସ ପରେ ନେଇପାରିବେ ବୁଷ୍ଟର ଡୋଜ୍
ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି ।
(ଦିଲ୍ଲୀ) : ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଖୁବଶୀଘ୍ର ଦ୍ବିତୀୟ ଡୋଜ୍ ଭ୍ୟାକସିନ୍ ଏବଂ ବୁଷ୍ଟର ଡୋଜ୍ ମଧ୍ୟରେ ସମୟ ସୀମା ୬ ମାସକୁ ହ୍ରାସ କରାଯାଇପାରେ ବୋଲି ସୂଚନା ମିଳିଛି ।
ଏହା ପୂର୍ବରୁ ଦ୍ବିତୀୟ ଡୋଜ୍ ନେବାର ୯ମାସ ପରେ ବୁଷ୍ଟର ନେଉଥିଲେ । ଏନେଇ ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୨୯ ତାରିଖରେ ନେସନାଲ ଇମ୍ୟୁନାଇଜେସନ୍ ଟେକ୍ନିକାଲ ଆଡଭାଇଜରୀ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ ।
ଉଭୟ ଡୋଜ୍ ନେବାର ୬ ମାସ ପରେ ଶରୀରରେ ଆଣ୍ଟିବଡି ସ୍ତର କମିଯାଇଥାଏ । ସେଥିପାଇଁ ବୁଷ୍ଟର ଡୋଜ୍ ଦେଇ ଇମିନ୍ୟୁ ସିଷ୍ଟମକୁ ବୃଦ୍ଧି କରାଯାଏ । କିଛିଦିନ ପୂର୍ବରୁ ୧୮ ବର୍ଷରୁ ଉର୍ଦ୍ଧ୍ବମାନଙ୍କୁ ବୁଷ୍ଟର ଡୋଜ୍ ଦେବା ନେଇ ଘୋଷଣା କରାଯାଇଥିଲା ।