୨୫୦ ୱିକେଟ ପୂର୍ଣ୍ଣ କଲେ ବୁମରାହ

ଟି୨୦ କ୍ରିକେଟରେ ପ୍ରଥମ ଭାରତୀୟ ପେସ ବୋଲର ଭାବେ ୨୫୦ ୱିକେଟ ହାସଲ କରିଛନ୍ତି ବୁମରାହ

ମୁମ୍ବାଇ: ଟି୨୦ରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଚର୍ଚ୍ଚିତ ବୋଲର ଯଶପ୍ରୀତ ବୁମରାହ । ସେ ଟି୨୦ କ୍ରିକେଟରେ ପ୍ରଥମ ଭାରତୀୟ ପେସ ବୋଲର ଭାବେ ୨୫୦ ୱିକେଟ ହାସଲ କରିଛନ୍ତି । ୱାଶିଂଟନ ସୁନ୍ଦରଙ୍କ ୱିକେଟ ହାସଲ କରିବା ପରେ ସେ ଏହି ଲ୍ୟାଣ୍ଡମାର୍କ ଛୁଇଁ ନ ଥିଲେ । ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରଥମ ମ୍ୟାଚ ଖେଳିଥିଲେ ବୁମରାହ । ସମସ୍ତ ୨୦୫ ମ୍ୟାଚରେ ସେ ୭.୦୪ ଇକୋମୋନୀରେ ୨୧.୬୦ ଆଭରେଜରେ ୨୫୦ ୱିକେଟ ହାସଲ କରିଛନ୍ତି ।

ତାଙ୍କ ପଛକୁ ରହିଛନ୍ତି ଭୁବନେଶ୍ୱର କୁମାର । ସେ ୨୨୩ ୱିକେଟ ଅକ୍ତିଆର କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତର ୪ ସ୍ପିନର ୨୫୦ରୁ ଊର୍ଦ୍ଧ୍ୱ ୱିକେଟ ନେଇଛନ୍ତି । ସେମାନେ ହେଲେ ରବିଚନ୍ଦ୍ରନ ଅଶ୍ୱୀନ (୨୭୪), ୟୁଜଭେନ୍ଦ୍ର ଚହଲ (୨୭୧), ପୀୟୂଷ ଚାୱଲା (୨୭୦) ଓ ଅମିତ ମିଶ୍ର (୨୬୨) । ନିକଟରେ ବୁମରାହଙ୍କ ପ୍ରଦର୍ଶନ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଥିଲା । ହେଲେ ଏଥର ଆଇପିଏଲରେ ଭଲ ପ୍ରଦର୍ଶନ କରି ଆଲୋଚକଙ୍କ ମୁହଁରେ ତାଲା ପକାଇଛନ୍ତି ।