ଭୁବନେଶ୍ଵର: ଭୋଜିରେ ମସଗୁଲ କମିସନରେଟ ପୋଲିସ । ସେପଟେ ବୋମା ମାଡ଼ରେ ଥରିଲା ରାଜଧାନୀ । ଯୁବକଙ୍କ ହାତରେ ଫୁଟିଲା ବୋମା । ଗୁରୁତର ଭାବେ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ଥାନାରେ ଭର୍ତ୍ତି କରିଛି ପୋଲିସ । ସେପଟେ କିଏ ଏବଂ କାହିଁକି ଏହି କାଣ୍ଡ ଘଟାଇଛନ୍ତି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁସାରେ, ବାଁକୁଆଳ ନଦୀ ପଠାରେ ଜଣେ ପ୍ରତିଷ୍ଠତ ବ୍ୟକ୍ତିଙ୍କ ଭୋଜିରେ କିଛି ପୋଲିସ ଅଧିକାରୀ ମାତିଥିବା ବେଳେ ରାଜଧାନୀରେ ଅପରାଧୀ ଘଟାଇଛନ୍ତି ସାଙ୍ଘାତିକ ଘଟଣା । ରାଜଧାନୀରେ ଫୁଟିଛି ବୋମା । ମାଉସୀ ମାଆ ଛକରେ ଫୁଟିଲା ବୋମା । ଯୁବକଙ୍କ ହାତରେ ଫାଟିଗଲା ବୋମା । ବୋମା ଫୁଟି ଯୁବକ ଗୁରୁତର । ପ୍ରାଥମିକ ଚିକିତ୍ସା ପାଇଁ ଗୁରୁତର ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ବୋମା ବିସ୍ଫୋରଣ ସ୍ଥଳରେ ଦୁଇ ଥାନାର ଥାନାଧିକାରୀ ଓ ଜୋନ ଏସିପି । ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର । ପୋଲିସ ଏବଂ ସ୍ପେସଲ୍ ସ୍କ୍ୱାଡ ର ତନାଘନା । ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ପରେ ବୋମା ମାଡ ହୋଇଥିବା ଅନୁମାନ । ଘଟଣାରେ ଅନ୍ୟ ମାନଙ୍କୁ ଧରିବାକୁ ପୋଲିସର ଚଢ଼ାଉ ଜାରି ରହିଛି ।