(କେରଳ) : ସିପିଆଇ ଅଫିସରେ ବୋମା ମାଡ଼ । କେରଳରେ ଥିବା ସିପିଆଇ(ଏମ) ଅଫିସ ଉପରକୁ ଗୁରୁବାର ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଛି। ହେଲେ ଏଥିରେ କେହି ମୃତ ହୋଇ ନଥିବା ସୂଚନା ମିଳିଛି । । ଏହି ସମୟରେ ଉକ୍ତ କାର୍ଯ୍ୟାଳୟରେ କେତେକ ବାମପନ୍ଥୀ ନେତା ଥିଲେ। କିନ୍ତୁ ଅଫିସ ବାହାରେ ବିସ୍ଫୋରଣ ଘଟିଥିବାରୁ ସେମାନେ ବର୍ତ୍ତି ଯାଇଥିଲେ।
ଗତକାଲି ରାତି ୧୧ଟା୩୦ହରେ କେହି ଦୁର୍ବୃତ୍ତ ଆସି ଥିରୁଭନନ୍ତପୁରମରେ ଥିବା ମୁଖ୍ୟ କାର୍ଯ୍ୟାଳୟ ଉପରକୁ ବୋମାର ମାଡ଼ କରିଥିଲେସିପିଆଇ(ଏମ) କାର୍ଯ୍ୟାଳୟଟି ସହରର ପ୍ରମୁଖ ସ୍ଥାନରେ ହୋଇଥିବାରୁ ଅପରାଧିମାନେ ଖୁଲମଖୋଲା ଆସି ବୋମା ଫିଙ୍ଗିବା ଆଇନଶୃଙ୍ଖଳା ବିପର୍ଯ୍ୟକୁ ଦର୍ଶାଉଛି ବୋଲି ବାମପନ୍ଥୀ ନେତାମାନେ ଅଭିଯୋଗ କରିଛନ୍ତି ।
ସୂଚନାନୁଯାୟୀ , ଘଟଣାକୁ ନେଇ ସ୍ଥାନୀୟ ପୁଲସି ଷ୍ଟେସନରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଦଳୀୟ କର୍ମୀମାନେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ସେମାନଙ୍କୁ ଶାନ୍ତି ରକ୍ଷା ପାଇଁ ବାମପନ୍ଥୀ ନେତାମାନେ ନିବେଦନ କରିଛନ୍ତି । କିଏ କେଉଁ କାରଣ ପାଇଁ ବୋମା ଫିଙ୍ଗିଲା ତାହା ଜଣାପଡ଼ି ନାହିଁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପୂର୍ବରୁ ବାମପନ୍ଥୀ ନେତାମାନଙ୍କୁ ବାରମ୍ବାର ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ତେବେ ପୁଲିସର ନିରବତକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।