ଇଡେନ ଗାର୍ଡେନ୍ସ ଷ୍ଟାଡିୟମକୁ ବୋମାରେ ଉଡାଇଦେବା ପାଇଁ ଧମକ

0

କୋଲକାତା-: ଭାରତୀୟ କ୍ରିକେଟ ଜଗତର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅନ୍ୟତନ । ଆଇପିଏଲ -୨୦୨୫ ବର୍ତ୍ତମାନ ଜାରି ରହିଛି । ଏହାରି ମଧ୍ୟରେ ଏକ ଧମକ ପୂର୍ଣ୍ଣ ମେଲ ମିଳିଛି । ଏହି ମେଲରେ ଲେଖାଯାଇଛି, ଆମେ ତୁମ ଷ୍ଟାଡିୟମକୁ ବୋମାରେ ଉଡାଇଦେବୁ ।

ବୁଧବାର ଆଇପିଏଲ-୨୦୨୫ର ୫୭ତମ ମ୍ୟାଚ୍ ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ଖେଳାଯାଉଥିବା ସମୟରେ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (ସିଏବି)କୁ ବୋମା ଧମକ ମିଳିଥିଲା । ସିଏବିର ଅଫିସିଆଲ୍ ଇମେଲ୍ ଆଇଡିକୁ ଏକ ଅଜଣା ଆକାଉଣ୍ଟରୁ ବୋମା ବିସ୍ଫୋରଣର ଧମକ ମିଳିଛି । ଏହି ଧମକ ପାଇବା ପରେ କୋଲକାତା ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳରେ ତୁରନ୍ତ ଯାଞ୍ଚ ଆରମ୍ଭ କରିଦେଇଥିଲେ । ତେବେ ସମ୍ପୂର୍ଣ୍ଣ ଷ୍ଟାଡିୟମରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଷ୍ଟାଡିୟମ କମ୍ପ୍ଲେକ୍ସକୁ ହାଇ ଆଲର୍ଟରେ ରଖାଯାଇଛି ।