ରାଗରେ ସ୍କ୍ରିପ୍ଟ ଚିରି ଫୋପାଡି ଦେଲେ ସନ୍ନି ଦେଓଲ

ରାଗିଗଲେ ସନ୍ନି ଦେଓଲ। ରାଗରେ ସ୍କ୍ରିପ୍ଟ ଚିରି ଫୋପାଡି ଦେଲେ। କେବଳ ସେତିକି ନୁହେଁ ଜୋରରେ ଚିଲ୍ଲେଇଲେ ମଧ୍ୟ।

(ମୁମ୍ବାଇ) : ରାଗିଗଲେ ସନ୍ନି ଦେଓଲ। ରାଗରେ ସ୍କ୍ରିପ୍ଟ ଚିରି ଫୋପାଡି ଦେଲେ। କେବଳ ସେତିକି ନୁହେଁ ଜୋରରେ ଚିଲ୍ଲେଇଲେ ମଧ୍ୟ। କହିଲେ ମୁ କ’ଣ ଇନ୍ଦିରାନଗର ଗୁଣ୍ଡା କି? ସନ୍ନି ଦେଓଲଙ୍କ ଏହି ପୁରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ସନ୍ନି ନିଜେ ତାଙ୍କ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। ଭିଡିଓକୁ ସେଆର କରି କ୍ୟାପସନରେ ସନ୍ନି ଲେଖିଛନ୍ତି, ‘ମୁଁ ଭାଇରାଲ ହେବାକୁ ଚାହୁଁନି’। ସନ୍ନିଙ୍କ ଏଭଳି ଆଙ୍ଗ୍ରି ମ୍ୟାନ୍‌ ଅନ୍ଦାଜ ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ତାଙ୍କ ଭିଡିଓଟି ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।

ସୂଚନାନୁଯାୟୀ , ଭିଡିଓରେ ସନ୍ନି ହାତରେ ଏକ ସ୍କ୍ରିପ୍ଟ ଧରି ବସିଛନ୍ତି। ସେ ପୁଣିଥରେ ୯୦ ଦଶକର ଫିଲ୍ମ ‘ଦାମିନୀ’ର ଫେମସ ଡାଏଲଗ ‘ତାରିଖ ପେ ତାରିଖ’ କହୁଛନ୍ତି। ଏହା ଶୁଣି ତାଙ୍କ ସାମ୍ନାରେ ବସିଥିବା ବ୍ୟକ୍ତି ତାଙ୍କୁ ଏହି ଡାଏଲଗ ପୁଣିଥରେ ଭଲଭାବେ କହିବାକୁ କହୁଛନ୍ତି। ଏହାପରେ ସେ ପୁଣିଥରେ ଏହି ଡାଏଲଗକୁ କହୁଛନ୍ତି। କିନ୍ତୁ ବାରମ୍ବାର ସନ୍ନିଙ୍କୁ ବ୍ୟକ୍ତି ଜଣକ ମଜା ଆସିଲାନି ପୁଣିଥରେ କୁହନ୍ତି କହିବାପରେ, ସେ ରାଗି ଯାଉଛନ୍ତି। ସେ ରାଗି ଯାଇ ମୁଁ କ’ଣ ଇନ୍ଦିରାନଗର ଗୁଣ୍ଡା କି ବୋଲି ପ୍ରଶ୍ନ ପଚାରୁଛନ୍ତି। ଏଥିସହ ଧରିଥିବା ସ୍କ୍ରିପ୍ଟକୁ ଚିରି ଫୋପାଡି ଦେଉଛନ୍ତି।