ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ ଅଭିନେତା ସୋନୁ ସୁଦ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଅଭିନେତା ସୋନୁ ସୁଦ୍‌ଙ୍କ ଏହି ସୌଜନ୍ୟମୂଳକ ଭେଟ ହୋଇଛି ।ତେବେ ଏହି ଅବସରରେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ ମଧ୍ୟ ଉପସ୍ଥିତ ଥିଲେ।

ନବୀନ ନିବାସରେ ପହଁଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେେ । କୋଭିଡ ସମୟରେ ଅଭିନେତା ସୋନୁ ସୁଦଙ୍କ ସହାୟତା ଯୋଗୁ କେରଳରୁ ସ୍ୱତନ୍ତ୍ର ବିମାନ ଯୋଗେ କେନ୍ଦ୍ରାପଡ଼ାର ୧୬୭ ଯୁବତୀ ଓ ୨୨ ଜଣ ଯୁବକ ଘରକୁ ଫେରିଥିଲେ । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଥିଲେ । ସୋନୁଙ୍କ ଏପରି କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । କେନ୍ଦ୍ରାପଡାର ସମସ୍ତେ ସେତେବେଳେ ଘରକୁ ଫେରିବା ପାଇଁ ନିବେଦନ କରିବା ପରେ ସୋନୁ ତାଙ୍କୁ ଫେରାଇ ଆଣିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ସେତେବେଳେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ।