ମୁମ୍ବାଇ-: ବଲିଉଡ଼ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ଏଥର ମୁମ୍ବଇର ୱର୍ଲିସ୍ଥିତ ପରିବହନ ବିଭାଗର ହ୍ୱାଟ୍ସଆପ୍ ନମ୍ବରକୁ ମେସେଜ୍ ଜରିଆରେ ହତ୍ୟା ଧମକ ଆସିଛି । ଧମକପୂର୍ଣ୍ଣ ମେସେଜରେ ଅଭିନେତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି । ଏଥିସହ ତାଙ୍କ କାରକୁ ବୋମାରେ ଉଡ଼ାଇ ଦେବାକୁ ମଧ୍ୟ ଧମକ ମିଳିଛି । ଏନେଇ ସଲମାନ ଖାନ କିମ୍ବା ତାଙ୍କ ପରିବାର ପକ୍ଷରୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଖବର ଶୁଣିବା ପରେ ସଲମାନଙ୍କ ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରିଛନ୍ତି ।
ତେବେ ସଲମାନଙ୍କୁ ଏଭଳି ଧମକ ମିଳିବା କିଛି ନୂଆ ନୁହେଁ । ପୂର୍ବରୁ ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ଅନେକଥରଙ୍କ ଗ୍ୟାଙ୍ଗ ଏଭଳି ଧମକ ଦେଇଛନ୍ତି । ଏହି ଘଟଣା ପରେ ୱର୍ଲି ଥାନାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।