ହାଟଡିହି: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ମରେଇଗାଁ ପଦ୍ମ ପୋଖରୀରୁ ଜଣେ କନେଷ୍ଟବଳଙ୍କର ମୃତଦେହ ଉଦ୍ଧାର ହୋଇଛି। ନନ୍ଦିପଦା ଥାନାର ଜଣେ କନେଷ୍ଟବଳ ପାଣିରେ ପଡ଼ି ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ କନେଷ୍ଟବଳ ହେଉଛନ୍ତି ପ୍ରଦିପ ନାୟକ । ମୃତ କନେଷ୍ଟବଳଙ୍କ ଘର ହରିଚନ୍ଦନପୁର ହୋଇଥିବା ବେଳେ ସେ କେନ୍ଦ୍ରାପଡାରେ ସପରିବାର ରହୁଥିଲେ । ସୂଚନା ଅନୁସାରେ କନେଷ୍ଟବଳ ପ୍ରଦିପ ନାୟକ ଥାନା ଵ୍ୟାକଡରେ ରହୁଥିବାବେଳେ ଗତକାଲି ସଂନ୍ଧ୍ଯାରେ କେଉଁଆଡେ ଯାଇ ଆଉ ଫେରିନଥିଲେ ।
ସାଙ୍ଗ ସାଥି ମାନେ ତାଙ୍କୁ ଖୋଜା ଖୋଜି କରିଥିଲେବି କୌଣସି ସନ୍ଧାନ ପାଇ ନଥିଲେ। ଆଜି ସକାଳୁ ସ୍ଥାନୀୟ ଲୋକେ ପୋଖରୀରେ ଏକ ମୃତ ଦେହ ଭସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ମୃତଦେହେ ଉଦ୍ଧାର ହେବାପରେ ମୃତ ବ୍ଯକ୍ତି ଜଣକ କନେଷ୍ଟବଳ ପ୍ରଦିପ ନାୟକ ବୋଲି ଜଣା ପଡିଥିଲା | ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲ କୁ ପଠାଯାଇଛି | ପ୍ରଦିପ ୫ଦିନ ହେବେ ଛୁଟିରେ ଘରକୁ ଯାଇଥିଲେ । ଛୁଟି ସରିବାପରେ ଗତକାଲି ସେ ଥାନାକୁ ଆସିଥିଲେ । ତେବେ କେଉଁ ପରିସ୍ଥିତିରେ ପୋଖରୀକୁ ଯାଇଥିଲେ ଓ କିପରି ପୋଖରୀରେ ବୁଡିଗଲେ ତାକୁନେଇ ଏବେ ତଦନ୍ତ ଆରମ୍ଭ କରିଛି ନନ୍ଦିପଦା ପୋଲିସ। ।