ଦୁଇ ଦିନ ତଳେ ନିଖୋଜ ନାବାଳିକାର ମୃତଦେହ କୂଅରୁ ଉଦ୍ଧାର

ଟାଙ୍ଗୀ/ରାକେଶ ଜଗଦେବ: ଦୁଇ ଦିନ ତଳେ ନିଖୋଜ ଥିବା ନାବାଳିକାଙ୍କ ଶବ ଆଜି ଉଦ୍ଧାର ହୋଇଛି । ଏଭିଳି ଘଟଣା ଘଟିଛି ଟାଙ୍ଗୀ ଥାନା  ଅର୍ନ୍ତଗତ କୁହୁଡି ଲକ୍ଷ୍ମୀଧର ପୁର ଗ୍ରାମରରେ । ମୃତ ନାବାଳିକା ହେଲେ ୧୬ ବର୍ଷୀୟା ପୂଜା ପାତ୍ର  ।

ସୂଚନାନୁଯାଇ ପୂଜା ଦୁଇ ଦିନ ହେଲା ଘରୁ  ନିଖୋଜ ଥିଲେ । ଏ ନେଇ ପରିବାର ଲୋକେ ବହୂ ଖୋଜାଖୋଜି କରିବା ସହ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ । ହେଲେ କୌଣସି ଫଳ ମିଳି ନଥିଲା । ତେବେ ଗତ କାଲି ରାତିରେ ପୂଜାଙ୍କ ପରିବାରର ଜଣେ ମହିଳା କୂଅରୁ ପାଣି କାଢୁଥିବା ବେଳେ କୂଅ ମଧ୍ୟରେ କାହାର ଶବ ଭାସୁଥିବାର ନେଇ ଘରେ ଜଣାଇଥିଲେ । ଏ ନେଇ ପରିବାର ଲୋକେ ଟାଙ୍ଗୀ ପୋଲିସକୁ ଖବର ଦେବା ପରେ, ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଁଚି ମୃତ ଦେହକୁ କୂଅରୁ ବାହାର କରିଥିଲେ । ପରେ ମୃତ ଦେହକୁ ଟାଙ୍ଗୀ ମେଡିକାଲକୁ ପଠାଯିବା ସହ ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି ।