ଦିଲ୍ଲୀରେ BMW ଧକ୍କାରେ ଅର୍ଥ ମନ୍ତ୍ରାଳୟର ଅଧିକାରୀ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ BMW ଧକ୍କାରେ ଅର୍ଥ ମନ୍ତ୍ରାଳୟର ଅଧିକାରୀ ମୃତ । ଅର୍ଥ ମନ୍ତ୍ରାଳୟର ଡେପୁଟି ସେକ୍ରେଟାରୀ ନବଜ୍ୟୋତ ସିଂ ମୃତ । ବାଇକ୍‌ରେ ପତ୍ନୀଙ୍କ ସହ ଯାଉଥିବା ବେଳେ ଧକ୍କାଦେଲା BMW । ଧଉଲା କୁଆଁ ଅଞ୍ଚଳର ରିଙ୍ଗ୍‌ ରୋଡ୍‌ରେ ମର୍ମନ୍ତୁଦ ଦୁର୍ଘଟଣା । ଗୁରୁତର ଅବସ୍ଥାରେ ଅଧିକାରୀଙ୍କ ପତ୍ନୀ ହସ୍ପିଟାଲ୍‌ରେ ଭର୍ତ୍ତି । ସେପଟେ BMWକୁ ଜବତ କରି ତଦନ୍ତ ଆରମ୍ଭ କଲା ଦିଲ୍ଲୀ ପୋଲିସ ।

ସୂଚନା ଅନୁସାରେ, ଗତକାଲି ଦିଲ୍ଲୀର କ୍ୟାଣ୍ଟ ମେଟ୍ରୋ ଷ୍ଟେସନ ନିକଟ ରିଙ୍ଗ ରୋଡ ଅଞ୍ଚଳରେ ଏକ ଦୁର୍ଘଟଣା ମର୍ମନ୍ତୁଦ ସ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଶିକାର ହୋଇଛନ୍ତି ଅର୍ଥ ମନ୍ତ୍ରଣାଳୟରେ ଉପ ସଚିବ ଭାବେ କାର୍ଯ୍ୟରତ ଥିବା ନବଜ୍ୟୋତ ସିଂ । ନବଜୋତ ତାଙ୍କ ପତ୍ନୀଙ୍କ ସହିତ ବାଇକରେ ଯାଉଥିଲେ । ସେହି ସମୟରେ ଏକ ଦ୍ରୁତଗାମୀ ବିଏମଡବ୍ଲ୍ୟୁ କାର ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ନବଜୋତଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଏମଡବ୍ଲ୍ୟୁ କାର ଚଳାଉଥିବା ମହିଳା ଏବଂ ତାଙ୍କ ସ୍ୱାମୀ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଅଛନ୍ତି । ପୁଲିସ କାର ଏବଂ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କାରଟି ଜଣେ ମହିଳା ଚଳାଉଥିଲେ ଏବଂ ଦ୍ରୁତ ଗତିରେ ଆସି ବାଇକକୁ ଧକ୍କା ଦେଇଥିଲେ । ଦୁର୍ଘଟଣା ପରେ ମହିଳାଙ୍କ ତାଙ୍କ ସ୍ୱାମୀ ଦୁଇ ଆହତଙ୍କୁ ମେଡିକାଲକୁ ନେଇଥିଲେ । କିଛି ସମୟ ପରେ ହସ୍ପିଟାଲରେ ନବଜୋତଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଚିକିତ୍ସିତ ଅଛନ୍ତି ।