BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ବିପୁଳ ସଂପତ୍ତି ଠାବ

ଭୁବନେଶ୍ଵର: BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ବିପୁଳ ସଂପତ୍ତି ଠାବ । ମୋଟ୍ ୩ଟି ଦାମୀ ପ୍ଲଟ୍‌ ଠାବ ହୋଇଛି । ସେଥିରୁ ଭୁବନେଶ୍ବରରେ ୨ଟି ରହିଛି । ଭୁବନେଶ୍ବରରେ ୩ ମହଲା କୋଠା ସହ ଦେଢ଼ ଏକର ଜମିର ଫାର୍ମ ହାଉସ୍ ଠାବ ହୋଇଛି । ଏଥିସହ ଗୋଟିଏ ମାଛ ପୋଖରୀ ସହ କୁକୁଡ଼ା ଫାର୍ମ ମଧ୍ୟ ଅଛି । ଚଢାଉ ବେଳେ ଘରୁ ୨୦୦ ଗ୍ରାମ୍‌ ସୁନା ସହ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ଭିଜିଲାନ୍ସ । ତେବେ ଆଜି ସକାଳୁ ସକାଳୁ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଚଢାଉ ଆରମ୍ଭ କରିଥିଲା ଭିଜିଲାନ୍ସ । ଏକାସାଙ୍ଗେ ୪ଟି ସ୍ଥାନରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଭୁବନେଶ୍ୱର ମହାନଗର ନିଗମର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ତେବେ ଚଢାଉ ହେଉଥିବା ସ୍ଥାନମାନଙ୍କ ମଧ୍ୟରେ ଭୁବନେଶ୍ୱର, ଖୋର୍ଦ୍ଧା, ରାୟଗଡ଼ାରେ ଥିବା ଘର ଓ ଅଫିସ ରହିଥିଲା । ଏହି ଚଢାଉରେ ୬ଜଣ ଡିଏସ୍‌ପି, ୧୦ ଜଣ ଇନ୍‌ସିପେକ୍ଟରଙ୍କ ସହ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛଥିଲେ ।