ବହଳଦା ବଜାର ରାସ୍ତାରେ ଖଣ୍ଡ ଖଣ୍ଡ  ଗୋମାଂସ ଓ ରକ୍ତ ପଡ଼ିଥିବା ନେଇ ଵହଳଦା ବଜାର ସମେତ ଜାତୀୟ ରାଜପଥ ଅବରୋଧ

0

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡରେ ଅବାଧ ଗୋଚାଲାଣ ଓ ଖୁଲମ ଖୁଲା  ଗୋମାଂସ ବିକ୍ରି ଦିନକୁ ଦିନ ବୃଦ୍ଧି ପାଉଛି । ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଜିଲ୍ଲାପାଳଙ୍କ ଜନଶୁଣାଣୀ ଅଭିଯୋଗରେ ଲିଖିତ ଦାବି ଦେଲେ ବି କାର୍ଯ୍ୟାନୁଷ୍ଠାନ ଶୂନ । ଆଜି ଭୋର ସମୟରେ ମା’କୀଚକେଶ୍ବରୀଙ୍କ ଶକ୍ତି ପୀଠ ଵହଳଦା ବଜାର ମୁଖ୍ୟ ରାସ୍ତାରେ ଖଣ୍ତ ଖଣ୍ତ ଗୋମାଂସ ଓ ରକ୍ତ  ରାସ୍ତାରେ ପଡ଼ିଥିଲା ।ଆଜି କାର୍ତ୍ତିକ ମାସ ପହିଲି ଦିନ ।ଏହା ଧର୍ମର ମାସରେ ଏଭଳି ଦିନରେ ସକାଳୁ କିଛି ଧର୍ମାବଲମ୍ବୀ ଲୋକେ ସକାଳୁଆ ଭ୍ରମଣରେ ବାହାରି ରାସ୍ତାରେ ଦେଖିନ୍ତିତ ରାସ୍ତା ରକ୍ତଚାପ ସହ ଗୋ ମାସ ଖଣ୍ଡ ଖଣ୍ଡ ପଡ଼ିଛି । ସଙ୍ଗେ ସଙ୍ଗେ ଘଟଣାକୁ ଚାରିଆଡକୁ ବ୍ୟାପି ଯାଇଥିଲା ।ଶହ ଶହ ଲୋକ ଘଟଣାସ୍ଥଳରେ ପହଞ୍ଚି ଉତେଜିତ ହେବା ସହ ଉତେଜନା ପ୍ରକାଶ ପାଇଥିଲା ।ବିଜୟଓ୍ବାଡା – ରାଞ୍ଚି ଜାତୀୟ ରାଜପଥ ୨୨୦ ନମ୍ବର ଏବଂ ବଜାର ମୁଖ୍ୟ ରାସ୍ତାକୁ ଅବରୋଧ କରିବା ସହ ଟାୟାର ଜଳାଇ ରାସ୍ତା ଅବରୋଧ କରିଥିଲେ ।

ସୂଚନାଯୋଗ୍ୟ କେହି ଦୁବୃର୍ତ୍ତ ଗାଡ଼ିରେ ନେଉଥିବାବେଳେ ଗାଡିରୁ ମାଂସ ଖଡ଼ି ପଡ଼ି ଥାଇପାରେ କିମ୍ବା ଜାଣତରେ କେହି ରାସ୍ତାରେ ପକାଇ ଥାଇପାରେ ବୋଲି ଅନୁମାନ କରୁଛନ୍ତି । ଏହାକୁ ନେଇ ଵହଳଦା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ,ଵହଳଦl ଥାନାଧିକାରୀ ଏବଂ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ସ୍ଥାନୀୟ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କଲେ ମଧ୍ୟ କିଛି ଫଳପ୍ରଦ ହୋଇ ନ ଥିଲା । ସେମାନଙ୍କ ଦାବି  ସାପ୍ତାହିକ ହାଟରେ ଗୋମାଂସ ବିକ୍ରି ସବୁଦିନ ପାଇଁ ବନ୍ଦ କରାଯିବା ସହ ଅବାଧ ଗୋଚାଲାଣ ବନ୍ଦ କରାଯାଉ ।ତଦସହ ଏଭଳି ଅମାନୁଷିକ ଘଟଣା ଘଟାଇଥିବା ଦୁବୃର୍ତ୍ତଙ୍କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଜାତୀୟ ରାଜପଥ ଅବରୋଧ ଯୋଗୁଁ ଶହ ଶହ ଟ୍ରକ,ବସ, ଅଟକି ରହିଛି ।