ବିଷମକଟକ ଠାରେ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

ବିଷମକଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ତରଫରୁ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଆରମ୍ଭ ହୋଇଯାଇଛି । ଏହି କ୍ରୀଡା ଉତ୍ସବ ସେପ୍ଟେମ୍ବର ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଷ୍ଟାଡିଅମ ଖେଳ ପଡିଆ ଠାରେ ଆୟୋଜିତ ହେବ । ଆୟୋଜିତ କ୍ରୀଡା ଉତ୍ସବ ରେ ବିଷମକଟକ ବ୍ଲକ ର ୨୧ ଟି ପଞ୍ଚାୟତ ମଧ୍ୟରେ ଥିବା ବିଦ୍ୟାଳୟ ର ପ୍ରାୟ ୨୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଆୟୋଜନ ହେଉଥିବା ବିଭିନ୍ନ କ୍ରୀଡା ରେ ଅଂଶ ଗ୍ରହଣ କରିବେ । ଏହି ଠାରେ କବାଡି, ଖୋଖୋ, ଦୌଡ଼,କ୍ରିକେଟ, ଏମିତି ପ୍ରତିଯୋଗିତା ମାନ ହେବ । ଏହି କ୍ରୀଡା ଉତ୍ସବର ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀ ନୀଳମାଧବ ହିକକା, ସମ୍ମାନୀତ ଅତିଥି ଭାବେ, ସଂସଦ ପ୍ରତିନିଧି ଶ୍ରୀ ଦିଲୀପ ପଟନାୟକ, ଗୋଷ୍ଟିଉର୍ଣ୍ଣୟନ ଅଧିକାରୀ ସଦାଶିବ ନାୟକ ,ସୁଭେନ୍ଧୁ ନାରାୟଣ ଚୌଧୁରୀ ପ୍ରମୁଖ ମଞ୍ଚାସିନ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଶରୀରକୁ ସୁସ୍ଥ, ସବଳ ଓ ସୁନ୍ଦର ରଖିବା ପାଇଁ କ୍ରୀଡାର ଯଥେଷ୍ଟ ଆବଶ୍ୟକ ରହିଛି ଏବଂ ବିଦ୍ୟାଳୟ ସ୍ତରରେ ସେମାନଙ୍କ ଠାରେ ଥିବା କ୍ରୀଡା ପ୍ରତିଭାକୁ ବିକଶିତ କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସ୍ଥାନ ତତସହ ଗୋଟେ ଭଲ କ୍ରୀଡ଼ାବିତ ହୋଇ ଆଜିକାଲି ନିଜକୁ ବହୁ ସୁନାମ ଓ ଅର୍ଥ ଉପାର୍ଜନ କରିବାରେ ସକ୍ଷମ ହେବେ ବୋଲି ନିଜ ନିଜ ବକ୍ତବ୍ୟ ରେ କହିଥିଲେ । ସମସ୍ତ କ୍ରୀଡା କାର୍ଯ୍ୟକ୍ରମ ବିଷମକଟକ ବ୍ଲକ ମଧ୍ୟରେ କାର୍ଯ୍ୟରତ କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପରିଚାଳନା କରିବେ ବୋଲି ବ୍ଲକ ଶିକ୍ଷା ଅଧିକାରୀ କହିଥିଲେ । ଯେଉଁ ଛାତ୍ର ଛାତ୍ରୀ ମାନେ ଏଠାରେ ଭଲ ପ୍ରଦର୍ଶନ କରିବେ ସେମାନେ ଆସନ୍ତା ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରରେ ନିଜ କ୍ରୀଡା ପ୍ରଦର୍ଶନ କରିବା ପାଇଁ ଯୋଗ୍ୟ ବିବେଚିତ ହେବାର ସୂଚନା ମିଳିଛି ।