ବ୍ଲକ ସ୍ତରୀୟ ସଂସ୍କୃତ ଦିବସ ସମାରୋହ ଅନୁଷ୍ଠିତ

ହାଟଡିହି, ମୁକୁନ୍ଦ ଚରଣ ବିଦ୍ୟାପୀଠ ନନ୍ଦିପଦା ଠାରେ ବ୍ଳକ ସ୍ତରୀୟ ସଂସ୍କୃତ ଦିବସ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ଅତିଥି ମାନେ ଯୋଗ ଦେଇ ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ । ସଂସ୍କୃତ ଭାଷାକୁ ସରକାର ଅବହେଳା ପ୍ରଦର୍ଶନ କପି କରିବାକୁ ନେଇ ଉଦ‌ବେଗ ପ୍ରକାଶ ପାଇଥିଲା I ପୁର୍ବରୁ ସଂସ୍କୃତକୁ ତୃତୀୟ ଭାଷା ମାନ୍ୟତା ଦିଆ ଯାଉଥିବାବେଳେ ଏବେ ଭୋକେଶନାଲକୁ ତୃତୀୟ ଭାଷର ମାନ୍ୟତା ଦେବା ପରିତାପର ବିଷୟ ବୋଲି ମତପ୍ରକାଶ ପାଇଥିଲା। ସରକାର ତୁରନ୍ତ ଏପରି ନିଷ୍ପତିର ପୁନର୍ବିଚାର କରିବେ ବୋଲି ଶିକ୍ଷକ ମାନେ ଆଶାବାଦୀ ଅଛନ୍ତି ।