ମୟୂରଭଞ୍ଜ-: ଶିମିଳିପାଳରୁ ଆସିଛି ଖୁସି ଖବର। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ବୃଦ୍ଧି ପାଇଛି ବାଘ ସଂଖ୍ୟା। କଳା ବାଘୁଣୀ ଟି୨୦ ପୁଣି ୩ ଟି ଛୁଆ ଜନ୍ମ ଦେଇଛି । ଯାହାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ତେବେ ଗତ ଜାନୁଆରୀରୁ ଏ ପର୍ଯ୍ୟନ୍ତ ଶିମିଳିପାଳରେ ୯ ଟି ବାଘ ଛୁଆ ଜନ୍ମ ନେଇଥିବା ସୂଚନା ରହିଛି । ଏପଟେ ବାଘୁଣୀ ଜିନ୍ନତ୍ ମଧ୍ୟ ଗର୍ଭବତୀ ଥିବା ଜଣା ପଡିଛି।