ବିଜେପିର ବୁଲ୍‌ଡୋଜର୍ ଶୋଭାଯାତ୍ରା

ଲକ୍ଷ୍ନୌ: ଫେବ୍ରୁଆରୀ ମାସରେ ନିର୍ବାଚନ ପ୍ରଚାର ବେଳେ ‘ବିଜେପି’ କର୍ମୀମାନେ ଯୋଗୀ ଆଦିତ୍ୟନାଥଙ୍କ ରାଲିରେ ଯୋଗ ଦେବା ବେଳେ ‘ବୁଲ୍ଡୋଜର୍ ବାବା ଜିନ୍ଦାବାଦ୍’ ବୋଲି ସ୍ଲୋଗାନ୍ ଦେଇଥିଲେ। ବର୍ତ୍ତମାନ ଉତ୍ତର ପ୍ରଦେଶରେ ନିଜ ଦଳ ସପକ୍ଷରେ ଭୋଟ ଯାଉ ଥିବାର ଦେଖି ଦଳୀୟ କର୍ମୀମାନେ ବୁଲଡୋଜର୍ ଦ୍ୱାରା ଶୋଭାଯାତ୍ରାରେ ଯାଉଥିବା ଦେଖିବାକୁ ମିଳିଛି । ହାତରେ ବିଜେପି ପତାକା ଧରି ବୁଲଡୋଜରେ ବସି ସ୍ଲୋଗାନ ଦେଇ ଆରମ୍ଭ କରାଯାଇଛି ଶୋଭାଯାତ୍ରା । ଅନେକ କର୍ମୀ ବୁଲଡୋଜର ଉପରେ ବସିଥିବା ବେଳେ ଅନେକ ଠିଅ ହୋଇ ଥିବାର ଦେଖିବାକୁ ମିଳିଛି । ଏହିପରି ଭାବେ ଚାଲିଛି ବିଜେପିର ଯୋରଦାର ଶୋଭାଯାତ୍ରା ।

ସୂଚନା ଅନୁସାରେ, ପୂର୍ବରୁ ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାର ବେଳେ ସାମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଯୋଗୀ ଆଦିତ୍ୟନାଥଙ୍କୁ ବାବା ବୁଲଡୋଜର ବୋଲି ସମ୍ବୋଧନ କରିଥିଲେ । ଏହା ପରେ ଏହି କଥାକୁ ନ କହିଥିବା କହିଛନ୍ତି ଅଖିଲେଶ । ତାଙ୍କ କହିବା ଅନୁସାରେ, ଏହି ନାଁ ମୁଁ ଦେଇନି ଏକ ଇଂରାଜୀ ପତ୍ରିକାରେ ଏପରି ବାହାରିଥିଲା ।