ବ୍ୟୁରୋ : ଉତ୍ତରପୂର୍ବର ତିନିଟି ରାଜ୍ୟର ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳ ଏବେ ସାମ୍ନାକୁ ଆସିଛି । ତିନୋଟି ରାଜ୍ୟରେ ୬୦ ଲେଖାଏଁ ବିଧାନସଭା ଆସନ ଥିବା ବେଳେ ତ୍ରିପୁରା ଏବଂ ନାଗାଲାଣ୍ଡରେ ୬୦ ଟି ଆସନ ଓ ମେଘାଳୟରେ ୫୯ ପାଇଁ ମତଦାନ ହୋଇଥିଲା । ମତଦାନ ପରେ ଏକଜିଟ ପୋଲ ଯେଉଁ ଆକଳନ କରିଥିଲା ତାହା ବାସ୍ତବିକ ରୂପ ନେଇଛି । ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ସରକାର ଗଢିବା ନେଇ ସ୍ପଷ୍ଟ ଜନାଦେଶ ମିଳିଛି । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତ୍ରିପୁରା ଆଉ ନାଗାଲାଣ୍ଡ ବାସୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯାହା ପାଇଁ ବିଜେପି ତାର ବିଜୟ ଉଚ୍ଛବ ପାଳନ କରିବା ଆରମ୍ଭ କରି ଦେଇଛି ।
ନାଗାଲାଣ୍ଡରେ ବିଜେପି-ଏନଡିପିପି ମେଣ୍ଟମେଣ୍ଟ ସହିତ ବିପୁଳ ବିଜୟ ହାସଲ କରିଛି। ଏହି ମେଣ୍ଟ ସରକାରକୁ ମୋଟ ୩୭ଟି ଆସନ ମିଳି ଆଗୁଆ ରହିଛି । ତେଣୁ ନାଗାଲାଣ୍ଡରେ ଏଥର ଏହି ମେଣ୍ଟ ସରକାର ଗଠନ କରିବ । ସେହିପରି ତ୍ରିପୁରରେ ମଧ୍ୟ ସରକାର ଗଢିବା ପାଇଁ ୩୧ ଟି ଆସନ ଦରକାର ଥିବାବେଳେ ବିଜେପି ୩୩ ଟି ଆସନରେ ବିଜୟ ହାସଲ କରିଛି।
କିନ୍ତୁ ମେଘାଳୟରେ ବିଜେପି କୁ ନିରାଶ ହେବାକୁ ପଡିଛି। ୫୯ଟି ଆସନରୁ ମୁଖ୍ୟମନ୍ତ୍ରୀ ସାଙ୍ଗ୍ମାଙ୍କ ଦଳ ‘ଏନ୍ପିପି’ ମୋଟ ୨୬ ଟି ଆସନ ହାତେଇ ପୁନର୍ବାର କ୍ଷମତା କୁ ଫେରିଛି । ‘ବିଜେପି ଏଠି ମାତ୍ର ୪ ଟି ଆସନ ମିଳିଛି । ମେଘାଳୟ ରେ ପୁଣି ଥରେ ଏନ ପି ପି ସରକାର ଗଠନ ହେବାକୁ ଯାଉଛି । ତେବେ ମେଘାଳୟ ରେ ମଧ୍ୟ ଟିଏମସି ସହ ମିଶି ଏନପିପି ମେଣ୍ଟ କରିପାରେ ବୋଲି କଳ୍ପନା ଜଳ୍ପନା ଚାଲିଛି ।
Grateful to all those who have supported @BJP4Meghalaya in the Assembly polls. We will keep working hard to enhance the development trajectory of Meghalaya and focus on empowering the people of the state. I am also thankful to our party workers for the effort they put.
— Narendra Modi (@narendramodi) March 2, 2023
ସୂଚନାମୁତାବକ ଆସନ୍ତା ବର୍ଷ ଦେଶରେ ୨୦୨୪ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ । ତା’ ପୂର୍ବରୁ ଚଳିତ ବର୍ଷ ଦେଶର ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସବୁ ଦଳ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଛି । କାରଣ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ସହିତ ଅନ୍ୟ ସମସ୍ତ ଦଳ ପାଇଁ ବିଧାନସଭା ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବିଧାନସଭା ନିର୍ବାଚନରର ଫଳାଫଳରୁ ଭବିଷ୍ୟତର ଜନାଦେଶ ସମ୍ପର୍କରେ ସୁସ୍ପଷ୍ଟ ତଥ୍ୟ ମିଳିପାରିବ । ଆଉ ୨୦୨୪ ରେ କିଏ ଶାସନ ଡୋରି ସମ୍ଭାଳିବ ତାହା ସ୍ଥିର ହେବ।