ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବିଜେପି ସାଂସଦ ଏବଂ ରାଜ୍ୟ ଉପାଧ୍ୟକ୍ଷ ଅର୍ଜୁନ ସିଂହ ରବିବାର ପୁଣି ଥରେ ଟିଏମସିର ହାତ ଧରିଛନ୍ତି । ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପି ଟିକେଟରେ ବାରାକପୁର ସଂସଦୀୟ ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ ସାଂସଦ ହୋଇଥିଲେ । ତେବେ କଲିକତାସ୍ଥିତ ଝୋଟ କଳ ମାମଲାରେ କେନ୍ଦ୍ରର ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ରବିବାର ସାଂସଦ ଅର୍ଜୁନ ସିଂହ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ସାକ୍ଷାତ କରି ପୁଣି ଥରେ ଦଳର ସଦସ୍ୟତା ଗ୍ରହଣ କରିଥିବା ଜଣାପଡିଛି ।