ସରିଲା ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ନିର୍ବନ୍ଧ

ବିଜେପିର ଦମଦାର ଭାବେ ପକ୍ଷ ରଖୁଥିବା ନୁପୁର ଶର୍ମା ନିଜ ଜୀବନରେ ଏକ ନୂଆ ପାହାଚରେ ପାଦ ଥାପିଛନ୍ତି । ନିକଟରେ ତାଙ୍କର ନିର୍ବନ୍ଧ ହୋଇଛି ।

(ଦିଲ୍ଲୀ) : ବିଜେପିର ଦମଦାର ଭାବେ ପକ୍ଷ ରଖୁଥିବା ନୁପୁର ଶର୍ମା ନିଜ ଜୀବନରେ ଏକ ନୂଆ ପାହାଚରେ ପାଦ ଥାପିଛନ୍ତି । ନିକଟରେ ତାଙ୍କର ନିର୍ବନ୍ଧ ହୋଇଛି । ବଗ୍ଗାଙ୍କ ଟ୍ୱିଟ୍ ପରେ ସୋସିଆଲ ମିଡିଆରେ ନୁପୁର ଶର୍ମାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି । ରାଜନୀତି, ସାମ୍ବାଦିକତା ସହିତ ଜଡିତ ଅନେକ ବ୍ୟକ୍ତିଙ୍କ ସହିତ ସାଧାରଣ ନାଗରିକମାନେ ମଧ୍ୟ ନୁପୁର ଶର୍ମାଙ୍କୁ ନିର୍ବନ୍ଧର ଶୁଭକାମନା ଜଣାଇଛନ୍ତି ।

 

ସୂଚନାନୁଯାୟୀ , ନୁପୁର ଶର୍ମା ବିଜେପିର ରାଷ୍ଟ୍ରୀୟ ପ୍ରବ୍ତା ଏବଂ ଟିଭି ଡିବେଟ୍ସର ଜଣାଶୁଣା ଚେହେରା । ସେ ନିଜ ଦମଦାର ତର୍କ ପାଇଁ ସବୁବେଳେ ବିରୋଧୀ ଦଳର ପ୍ରବକ୍ତାଙ୍କ ମୁହଁ ବନ୍ଦ କରିଦିଅନ୍ତି । ଶର୍ମା ଦିଲ୍ଲୀରେ ରୁହନ୍ତି । ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଟିକେଟରେ ଦିଲ୍ଲୀ ୟୁନିଭର୍ସିଟି ଷ୍ଟୁଡେଣ୍ଟ ୟୁନିୟନର ପ୍ରେସିଡେଣ୍ଟ ମଧ୍ୟ ରହିସାରିଛନ୍ତି ।