ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା NDA । ସି.ପି ରାଧାକ୍ରିଷ୍ଣନ ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ । ଏନେଇ ଘୋଷଣା କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ରାଧାକ୍ରିଷ୍ଣନ ୨୧ ଅଗଷ୍ଟରେ ନାମାଙ୍କନ ଦାଖଲ କରିବେ । ଏହି ଅବସରରେ ଏନଡିଏ ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବେ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ୯ ସେପ୍ଟେମ୍ବରରେ ମତଦାନ ହେବ । ସେହି ଦିନ ଭୋଟ୍ ଗଣତି ମଧ୍ୟ ହେବ । ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ୨୧ ଅଗଷ୍ଟ ହେବ ।
୨୦ ଅକ୍ଟୋବର, ୧୯୫୭ରେ ତାମିଲନାଡୁର ତିରୁପ୍ପୁରରେ ଜନ୍ମଗ୍ରହଣ କରିଥିବା ମହାରାଷ୍ଟ୍ର ରାଜ୍ୟପାଳ ବ୍ୟବସାୟ ପ୍ରଶାସନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଚନ୍ଦ୍ରପୁରମ ପୋନୁସାମୀ ରାଧାକ୍ରିଷ୍ଣନଙ୍କ ଦୀର୍ଘ ରାଜନୈତିକ କ୍ୟାରିଅର ରହିଛି। ଏବେ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି ସି.ପି ରାଧାକ୍ରିଷ୍ଣନ । ତାମିଲନାଡୁର ପୂର୍ବତନ ବିଜେପି ସଭାପତି ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । କୋଏମ୍ବାଟୁର ସଂସଦୀୟ କ୍ଷେତ୍ରରୁ ୨ ଥର ନିର୍ବାଚିତ ହୋଇଥିଲେ । ୧୬ ବର୍ଷ ବୟସରୁ RSS ଓ ଜନସଂଘ ସହ ଜଡ଼ିତ ଥିଲେ ସି.ପି ରାଧାକ୍ରିଷ୍ଣନ । ସେ ୧୯୯୬ ଓ ୧୯୯୮ରେ ଲୋକସଭାରେ ଦୁଇଥର ଲାଗି ସାଂସଦ ଥିଲେ। ସେ ଜାତିସଙ୍ଘ ସାଧାରଣ ଆସେମ୍ବ୍ଲିରେ ଭାରତର ପ୍ରତିନିଧିତ୍ବ ବି କରିଥିଲେ। ସେ ୨୦୦୪ରୁ ୨୦୦୭ ତାମିଲନାଡୁର ବିଜେପି ସଭାପତି ଥିଲେ। ୨୦୨୦ରେସେ କେରଳ ଲାଗି ବିଜେପି ପ୍ରଭାରୀ ହୋଇଥିଲେ। କହିରଖୁଛୁ ଜଗଦୀପ ଧନଖଡ ୨୧ ଜୁଲାଇ ରାତିରେ ଅଚାନକ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ୭୪ ବର୍ଷୀୟ ଧନଖଡଙ୍କ କାର୍ଯ୍ୟକାଳ ୧୦ ଅଗଷ୍ଟ ୨୦୨୭ ପର୍ଯ୍ୟନ୍ତ ଥିଲା ।