‘ଇସ୍କନ’ ସଂସ୍ଥା ନାମରେ ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ସାଂସଦ ମେନକା ଗାନ୍ଧୀ

ନୂଆଦିଲ୍ଲୀ : ବିଜେପି ସାଂଦସ ମୋନକା ଗାନ୍ଧି ଇସ୍କନ ଉପରେ ଏକ ଅଭିଯୋଗ କରିଛନ୍ତି । ଇସ୍କନକୁ ସବୁଠୁ ବଡ ଠକ ସଂଗଠନ ବୋଲି କହିଛନ୍ତି ପଶୁପ୍ରେମୀ ମେନକା ଗାନ୍ଧି । ଇସ୍କନ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରୁଛନ୍ତି । ଡହାର ଉତ୍ତରରେ ଇସ୍କନ କହିଛି ବିଜେପି ସାଂସଦଙ୍କ ଏଭଳି ଅଭିଯୋଗ ଅର୍ଥହୀନ ।

ସୂଚନା ଥାଉକି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ପଶୁ ସୁରକ୍ଷା ପ୍ରସଙ୍ଗରେ ସୋସିଆଲ ମିଡିଆରେ ସବୁବେଳେ ମୁହଁ ଖୋଲିଥାନ୍ତି । ଭାଇରାଲ ହେଉଥିବା ଏକ ଭିଡିଓରେ ସେ କହୁଛନ୍ତି କି, ଇସ୍କନ ହେଉଛି ଦେଶର ସବୁଠାରୁ ବଡ ଠକ ସଂସ୍ଥା । ସଂସ୍ଥା ତରଫରୁ ଗୋ-ଆଶ୍ରୟସ୍ଥଳୀ ରକ୍ଷଣାବେକ୍ଷଣ ନାମରେ ସରକାରଙ୍କ ଠାରୁ ବିପୁଳ ଜମି ସମେତ ଅନେକ ଲାଭ ପାଇଥାଏ । ହେଲେ ସେ ଗୋଶାଳରୁ ଗାଈମାନଙ୍କୁ ନେଇ କଂସେଇଙ୍କୁ ବିକ୍ରି କରିଥାନ୍ତି ।