ବିଜେପି ପୁଞ୍ଜିପତିଙ୍କ ସରକାର, ବିଜେଡି ଗରିବ ଖଟିଖିଆଙ୍କ ହକ୍ ପାଇଁ ଲଢୁଥିବା ସରକାର

ଆଠଗଡ଼ରୁ/ଅଶୋକ ମଲ୍ଲିକ: ଆଠଗଡ଼ କୁମାରପୁର  ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ତରଫରୁ  ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କିଛି ଦିନ ତଳେ ଗଣମାଧ୍ୟମ ଦ୍ୱାରା ହୋଇଥିବା ଜନ ଅଦାଲତକୁ,  ଏହା ବିଜେପିର ପ୍ରାୟୋଜିତ ଜନ ଅଦାଳତ ବୋଲି  ପୂର୍ବତନ ବ୍ଲକ ଚେୟାରମ୍ୟାନ ରଞ୍ଜନ ଆଚାର୍ଯ୍ୟ  କହିଥିଲେ । ଜନ ଅଦାଲତ ମାଧ୍ୟମରେ ଯାହା ସବୁ ଅଭିଯୋଗ ଆଣିଥିଲେ  ତାହା ମିଥ୍ୟା ପ୍ରାୟୋଜିତ କାର୍ୟ୍ୟକ୍ରମ । ନବୀନ ସରକାର ଓ ଆଠଗଡ଼ ବିଧାୟକ ରାଜା ସ୍ୱାଇଁଙ୍କ ଲୋକପ୍ରିୟତାକୁ ଦେଖି ବିଜେପି ଏବେ ହରଡ ଘଣାରେ । ବିରୋଧୀଙ୍କ ପାଖରେ କିଛି ସମସ୍ୟା ନଥିବା ବେଳେ, ବିଜେପି ଔଷଧ ବଦଳରେ ତାଟିଆ କାମୁଡୁଛି ବୋଲି  ରଞ୍ଜନ ଆଚାର୍ଯ୍ୟ  କହିଛନ୍ତି ।