ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବାଲିପାଟଣାରେ ବିରୋଧ । କଥା କଟାକଟିରୁ ଉତ୍ତେଜନା ବଢି ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ବାଲିପାଟଣା ଅଠାନ୍ତର ରାସ୍ତାରେ ଅପରାଜିତାଙ୍କ ସମର୍ଥକ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଅଠାନ୍ତରର ଗିରିଙ୍ଗେଶ୍ୱରୀ ପୀଠରେ ବିଜେପିର ବୁଥ ସଶକ୍ତୀକରଣ କାର୍ୟ୍ୟକ୍ରମରେ ସାମିଲ ହେବାକୁ ଯାଉଥିଲେ ବିଜେପି ସାଂସଦ । ଅଠାନ୍ତର ରାସ୍ତାରେ ସ୍ଥାନୀୟ ଅଂଚଳର କିଛି ଲୋକ ସାଂସଦଙ୍କୁ ବିରୋଧ କରି ରାସ୍ତା ଉପରକୁ ଆସିଯାଇଥିଲେ । ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଆକ୍ରମଣ ବେଳର ଫଟୋ ଜାରି କରିଛି ବିଜେପି । ଗତକାଲି ସାଂସଦ ନିଜ ନିର୍ବାଚନମଣ୍ଡଳୀର ବାଲିପାଟଣା ଗସ୍ତ କରିଥିଲେ ଅପରାଜିତା । ଏହି ସମୟରେ ଅପରାଜିତା ବିରୋଧର ସାମ୍ନା କରିଥିଲେ । ଅପରାଜିତା ଏହାକୁ ପ୍ରାୟୋଜିତ ବିରୋଧ କହିଛନ୍ତି । ନିଜ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି । ଆଉ ଏହି ସମୟରେ କିଛି ଫଟୋ ଜାରି କରିଛି ବିଜେପି । ଯେଉଁଥିରେ ମହିଳା ମାନେ ଟେକା ପଥର, ଅଣ୍ଡା ଓ କଳାପତାକା ଧରିଥିବା ଦେଖିବାକୁ ମିଳିଛି । ସାଂସଦଙ୍କ ସମର୍ଥକ ଏହାକୁ ପ୍ରତିବାଦ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ କଥାକଟାକଟି ହୋଇଥିଲା। ଏହାପରେ ଉତେଜନା ବଢି ମାରପିଟ ଯାଏଁ କଥା ଯାଇଥିଲା। ଆଉ ରାସ୍ତାରେ ଅଟକି ରହିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ନେଇ ସାଂସଦଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ପୂର୍ବରୁ ଭୁବନେଶ୍ୱର ସାଂସଦ ତାଙ୍କ କାର୍ୟ୍ୟକ୍ରମରେ ଆଗକୁ ବିଶୃଙ୍ଖଳା ହେଲେ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଥିଲେ । ତାଙ୍କ ସଭାରେ ସୁନିୟୋଜିତ ଢଙ୍ଗରେ ବିଶୃଙ୍ଖଳା କଲେ ସେଠାରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ । ନାରୀ ହୋଇଥିବାରୁ ନିଜକୁ ଅସୁରକ୍ଷିତ ମଣୁଥିବା ବି କହିଥିଲେ । କିନ୍ତୁ ତାଙ୍କ ବୟାନର କିଛି ଘଣ୍ଟା ପରେ ଅଠାନ୍ତରରେ ସାଂସଦଙ୍କୁ ବିରୋଧ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି ।