ବିଜେପି ଲୋକସଭାରେ ଦାବି,”ଭାରତୀୟ ବଜାରକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ଚୀନ”

ନୂଆଦିଲ୍ଲୀ: ବିଜେପି ଲୋକସଭା ବୈଠକରେ ଚୀନ ବିରୁଦ୍ଧରେ ଦାବି । ବିଜେପି ଲୋକସଭା ବୈଠକରେ ଚୀନ ବିରୁଦ୍ଧରେ ଦାବି କରିଛନ୍ତି ଜଣେ ସଦସ୍ୟ । “ଭାରତୀୟ ବଜାରକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛି ଚୀନ “, ତେବେ ଏହି ବୟାନକୁ ନେଇ ଶୂନ୍ୟକାଳ ସମୟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏକ ମନ୍ତବ୍ୟରେ ସ୍ପଷ୍ଟୀକରଣ ଦେଇଛନ୍ତି । ଭାରତ ଏହାର ପ୍ରତିରକ୍ଷା ବ୍ୟବସ୍ଥାରେ ସୁରକ୍ଷା ପାଇଁ ଚେଷ୍ଟା କରୁଥିବା ବେଳେ ବଜେଟର ଏକ ବଡ ଅଂଶ ଖର୍ଚ୍ଚ ହେଉଛି । ତେବେ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ଅଧୀନରେ ଅନୁଦାନର ଦାବି ଉପରେ ଆଲୋଚନା କରିବା ସମୟରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ବିଷୟରେ ମଧ୍ୟ ନିଜର ମନ୍ତବ୍ୟ ରଖିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ ।

ରୁଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଆଲୋଚନା ବେଳେ ଦୁବେଙ୍କ ମନ୍ତବ୍ୟକୁ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ଏହାକୁ ସୂଚନାରୁ ହଟେଇ ଦେଇଥିଲେ । ପରେ ନେତା ଅଧୀର ରଂଜନ ଚୌଧୁରୀ ଦୁବେଙ୍କ ଏହି ମନ୍ତବ୍ୟକୁ ମଧ୍ୟ ବିରୋଧ କରିଥିଲେ । କିନ୍ତୁ ଚୌଧୁରୀ ଏବଂ ଦୁବେଙ୍କ ମନ୍ତବ୍ୟ ଲୋକସଭା କୌଣସି ସୂଚୀର ଅଂଶ ନୁହେଁ ବୋଲି କହିଥିଲେ ବାଚସ୍ପତି । ତେବେ ସାଂସଦ ନିଶିକାନ୍ତ ଦୁବେ ଶୂନକାଳରେ ସ୍ପଷ୍ଟ କରିଛନ୍ତି ଯେ ଅତୀତରେ ସେ ଯାହା କହିଥିଲେ ତାହା ବହୁତ ପ୍ରଭାବଶାଳୀ ଥିଲା । ଚୀନ୍ ଆମର ଭାରତୀୟ ବଜାରକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ଏବଂ ଆମର ସୁରକ୍ଷା ବ୍ୟବସ୍ଥାରେ ଏହାର ସୁରକ୍ଷା ପାଇଁ ନିୟୋଜିତ ଅଛି, ତେଣୁ ଅଧିକ ଟଙ୍କା ଖର୍ଚ୍ଚ ହେବା ସହିତ ଭାରତ ପ୍ରତିଦିନ ସୀମା ବିବାଦର ପରିସ୍ଥିତିରେ ସମ୍ମୁଖୀନ ହେଉଛି ।

ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି ଯେ, ବ୍ରିଟିଶଙ୍କ ସମୟରେ ସୁଗୌଲି ଠାରୁ ଆରମ୍ଭ କରି ଅନେକ ଚୁକ୍ତିନାମା ହୋଇଥିଲା ଯେଉଁଥିରେ ନେପାଳ, ଭୁଟାନ ଏବଂ ତିବ୍ଦତକୁ ‘ବଫର ଷ୍ଟେଟସ୍’ମାନ୍ୟତା ଦିଆଯାଇଥିଲା । ସେମାନଙ୍କର ବଫର୍ ରାଜ୍ୟ ଯୋଗୁଁ ଭାରତର କୌଣସି ସୀମା ଚୀନ୍ ସହିତ ଲାଗୁ ରହିନଥିଲା । ସୋଭିଏତ ସଂଘ (ୟୁଏସଆରଏସ) ସହିତ ସମାନ ପରିସ୍ଥିତି ରହିଥିଲା ଯେତେବେଳେ ୟୁକ୍ରେନ ଏକ ସ୍ୱାଧୀନ ଦେଶ ଭାବରେ ସୃଷ୍ଟି ହେଲା, ସେତେବେଳେ ଏହା ମଧ୍ୟ ରୁଷ ସହିତ ଏକ ଚୁକ୍ତି କରାଯାଇଥିଲା ଯେ ଏହା କେବେ ନାଟୋର ସଦସ୍ୟ ହେବ ନାହିଁ।

ଚୀନ୍ ନିୟନ୍ତ୍ରଣରେ ତିବ୍ଦତ ଏକ ସ୍ଵୟଂଶାସିତ ଅଞ୍ଚଳ ହେବା ପରେ ଭାରତ ପ୍ରତିଦିନ ସୀମାରେ ସଂଘର୍ଷ କରୁଥିବା ଭାରତର ସ୍ଥିତିକୁ ରୁଷିଆ ଦେଖିଛି । ତେବେ ବିଜେପିର ମୁଖପାତ୍ର ଭାବରେ ନୁହେଁ ବରଂ ଜଣେ ବ୍ୟକ୍ତିଗତ ଭାବେ ମଧ୍ୟ ଦେଖିଲେ ତାଙ୍କର ଏହି ମତକୁ ଅଣଦେଖା କରିବା ଉଚିତ ନୁହେଁ ବୋଲି କହିଛନ୍ତି ସାଂସଦ ନିଶିକାନ୍ତ ଦୁବେ ।