ଭୁବନେଶ୍ୱର: ମା କାଳୀଙ୍କ ବିବାଦୀୟ ପୋଷ୍ଟରକୁ ନେଇ ଦେଶରେ ଚାଲିଥିବା ବିବାଦ ଥମିବାର ନା ନେଉନାହିଁ । ଅନ୍ୟପଟେ ଟିଏମସି ସାଂସଦ ମହୁଆ ମିତ୍ରଙ୍କ ପରେ ଟିଏମସି ମୁଖପାତ୍ର ବାବୁଲ ସୁପ୍ରିଓ ମା କାଳୀଙ୍କ ପୋଷ୍ଟର ଉପରେ ବୟାନ ଦେିଛନ୍ତି । ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ଏହି ପୋଷ୍ଟର ବିବାଦରେ ବିଜେପି ନିଜର ଚେହେରାକୁ ସୁଦୃଢ଼ କରିବା ପାଇଁ କାମ କରୁଛି । ବାବୁଲ ସୁପ୍ରିଓଙ୍କ ଏହି ବିବୃତ୍ତି ଆସିଛି ଯେତେବେଳେ ମଙ୍ଗଳବାର ଦିନ ବିଜେପି ଏହାର ଅନେକ କାର୍ଯ୍ୟକ୍ରମରେ ମା କାଳୀଙ୍କ ଫଟୋ ରଖିଥିଲେ ଏବଂ ବହୁ କାର୍ୟ୍ୟକ୍ରମରେ ମା କାଳୀଙ୍କୁ ପୂଜା କରିଥିଲା। ଅନ୍ୟପଯରେ ହିନ୍ଦୁ ପୁରୋହିତଙ୍କ ସହ ବରିଷ୍ଠ ବିଜେପି ନେତା ସୁଭେନ୍ଦୁ ଅଧିକାରୀ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଭେଟିଥିଲେ। ରାଜ୍ୟପାଳଙ୍କୁ ସୁଭେନ୍ଦୁ ଅଧିକାରୀ ମା କାଳୀଙ୍କ ଚିତ୍ର ଉପସ୍ଥାପନ କରିଥିଲେ। ଚିତ୍ର ସହିତ ସେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ଦେଇଛନ୍ତି । ଏହି ସ୍ମାରକପତ୍ରରେ ଯେଉଁମାନେ ମା କାଳୀଙ୍କ ବିରୋଧରେ ବିବାଦୀୟ ବିବୃତ୍ତି ଦେଇଛନ୍ତି ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ।
ବିଜେପି ମା କାଳୀଙ୍କ ପୋଷ୍ଟର ବିବାଦ ବଢ଼ାଉଥିବା ନେଇ ଅଭିଯୋଗ କରିଛନ୍ତି ବାବୁଲ ସୁପ୍ରିଓ । ବିଜେପିକୁ ସମାଲୋଚନା କରି ସେ କହିଛନ୍ତି ଯେ ବିଜେପି କେବେବି ବଙ୍ଗଳାକୁ ବୁଝିପାରିବ ନାହିଁ। ବିଜେପି ବଙ୍ଗୀୟମାନଙ୍କୁ ମୂର୍ଖ ବୋଲି ବିବେଚନା କରୁଛି । ଯେତେବେଳେ ସେ ଏପରି ପିଲାଳିଆମି ଭଳି କାର୍ଯ୍ୟ କରୁଛି । ଏହା ଲଜ୍ଜାଜନକ ଯେ ରାଜ ଭବନଙ୍କୁ ବିଜେପିର ଏଭଳି ଲଜ୍ଜାଜନକ କାର୍ୟ୍ୟ ପାଇଁ ଏକ ପ୍ଲାଟଫର୍ମ କରାଯାଇଛି। ବିଜେପି ନେତା ସୁଭେନ୍ଦୁ ଅଧିକାରୀ ରାଜ୍ୟପାଳଙ୍କୁ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ପରେ ଟୁଇଟ୍ କରି ଏହି କଥା କହିଛନ୍ତି ବାବୁଲ ସୁପ୍ରିଓ ।