ଦୁଇ ବରିଷ୍ଠ ନେତାଙ୍କୁ ନୂଆପଡ଼ା ଉପନିର୍ବାଚନ ଦାୟିତ୍ବ ଦେଲା ବିଜେପି

ଭୁବନେଶ୍ଵର: ଦୁଇ ବରିଷ୍ଠ ନେତାଙ୍କୁ ନୂଆପଡ଼ା ଉପନିର୍ବାଚନ ଦାୟିତ୍ବ ଦେଲା ବିଜେପି । ଉପମୁଖ୍ୟମନ୍ତ୍ରୀ କେଭି, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଦାୟିତ୍ବ । ନିର୍ବାଚନ ପରିଚାଳନା କରିବାକୁ ଏହି ଦୁଇ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି ଦୁଇ ନେତା ନୂଆପଡ଼ାରେ ରହିବେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି । ୮ ଜଣ ମନ୍ତ୍ରୀଙ୍କୁ ମଧ୍ୟ ୮ଟି ଜୋନ୍‌ ଦାୟିତ୍ବ ଦିଆଯାଇଛି ।

ସେହିପରି ନୂଆପଡ଼ା ଉପନିର୍ବାଚନ ପାଇଁ ୮ ଜଣ ମନ୍ତ୍ରୀଙ୍କୁ ୮ଟି ଜୋନ୍ ଦାୟିତ୍ବ ଦେଇଛି ବିଜେପି । ବଞ୍ଜରୀ ଦାୟିତ୍ବରେ ରହିବେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ। ସୁନାଦେଇ ଜୋନ୍ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଦାୟିତ୍ବ ଦେଇଛି ଦଳ । ପାତାଳେଶ୍ୱର ପାଇଁ  ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜୟଜଂଘା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କୋନାଭଇରା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଯୋଗେଶ୍ୱର ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନୂଆପଡ଼ା ଏନଏସି ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଖରିଆର ରୋଡ଼ ଏନଏସି ପାଇଁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମିଳିଛି ଦାୟିତ୍ବ ।