ପ୍ରାର୍ଥୀ ଘୋଷଣା କରିଛି ବିଜେପି: କେଜ୍ରି ୱାଲଙ୍କ ବିରୋଧରେ  ପରଭେଶ ବର୍ମାଙ୍କୁ ଟିକେଟ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରଥମ ପଯ୍ୟାୟରେ ୨୯ ଜଣଙ୍କ ନାଁ ଘୋଷଣା ହୋଇଛି ।  ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ୨୯ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା ବେଳେ ପୂର୍ବତନ ଲୋକସଭା ସାଂସଦ ପ୍ରବେଶ ବର୍ମା ନୂଆଦିଲ୍ଲୀ ଆସନରୁ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଲଢ଼ିବେ । ସେହିପରି ବିଜେପି ବରିଷ୍ଠ ନେତା ରମେଶ ବିଧୁରୀ କାଲକାଜିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମରଲେନଙ୍କ ବିରୋଧରେ ଲଢିବାକୁ ଟିକେଟ ଦେଇଛି ବିଜେପି ।