ବ୍ରଜରାଜନଗର ଉପ ନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର,୧୫/୫: ବ୍ରଜରାଜନଗର ଉପ ନିର୍ବାଚନ  ରାଜନୈତିକ ମାହୋଲ ଏବେ ସରଗରମ ରହିଛି। ଏହାରିମଧ୍ୟରେ ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପି ।  ରାଜ୍ୟ ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ୪୦ ଜଣିଆ ଲିଷ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ପୀୟୁଷ ଗୋଏଲ, ଅଶ୍ୱିନୀ ବୈଷ୍ଣବ ରହିଛନ୍ତି । ଏହାସହ ଲିଷ୍ଟରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ପ୍ରଭାରୀ ପୁରନ୍ଦେଶ୍ୱରୀ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ , ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର, ସଙ୍ଗୀତା ସିଂହଦେଓଙ୍କ ନାଁ ରହିଛି ।

ସୂଚନାଯୋଗ୍ୟ ଯେ, ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ବ୍ରଜରାଜନଗରରେ ଉପ ନିର୍ବାଚନ ହେଉଛି ।ଆସନ୍ତା ମେ ୩୧ ତାରିଖରେ ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଭୋଟ୍ ପଡିବାକୁ ଥିବାବେଳେ, ଜୁନ୍ ୩ ତାରିଖରେ ଫଳାଫଳ ପ୍ରକାଶ ପାଇବ ।